ବଲିଉଡ୍ ଡ୍ରଗ୍ସ ମାମଲା: ମୁଜାଫରପୁରରେ ଦୀପିକା, ଶ୍ରଦ୍ଧା କପୁରଙ୍କ ସମେତ ୮ ଜଣ ସେଲିବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | September 23, 2020 IST

ମୁମ୍ବାଇ ୨୩/୦୯: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ଦୀୟା ମିର୍ଜା, ସାରା ଅଲୀ ଖାନ, ଶ୍ରୁତି ମୋଦିଙ୍କ ନାଁ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଛି। ଏନିସିବିର ଡ୍ରଗ୍ସ ତଦନ୍ତରେ ଏମାନଙ୍କ ନାଁ ଆସିବାରୁ ମୁଜାଫରପୁରରେ ଧାରା ୫୦୪, ୫୦୬, ୧୨୦, ୨୮୪ରେ ଏ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

{"id":333419,"sizeSlug":"large"}

ଅଭିଯୋଗ ହୋଇଛି ଯେ ଏମାନେ ସମସ୍ତେ ମୁମ୍ବାଇର କୋକେ କ୍ଳବରେ ଯେଉଁ ପାର୍ଟି କରିଥିଲେ ସେଠାରେ ଡ୍ରଗ୍ସ ସେବନ କରିଥିଲେ। ଏହା ବ୍ୟତୀତ ଏହି କଳାକାର ବିଦେଶରୁ ଡ୍ରଗ୍ସ ମଗାଇ ନିଜେ ବ୍ୟବହାର କରିବା ସହ ଓ ବିକ୍ରି କରିବାର ଅଭିଯୋଗ ହୋଇଛି।

{"id":333420,"sizeSlug":"large"}

ତେବେ ଏହି ଘଟଣା ପରେ ଏମାନଙ୍କୁ ରୋଲ ମଡେଲ ଭାବୁଥିବା ଲୋକଙ୍କୁ ଶକ୍ତ ଝଟକା ଲାଗିଛି। ୨୦୧୭ରେ ଦୀପିକା ଓ ତାଙ୍କ ମ୍ୟାନେଜରଙ୍କ ଡ୍ରଗ୍ସ ଚାଟ୍ ଏବେ ସାମ୍ନାକୁ ଆସିଛି। ଏଥିରୁ ଜଣାପଡିଛି ଦୀପିକା ମ୍ୟାନେଜରଙ୍କ ଦ୍ବାରା ଡ୍ରଗ୍ସ ମଗାଉ ଥିଲେ। ଏହା ସହ ଶ୍ରଦ୍ଧା କପୁରଙ୍କ ଚାଟ୍ ମଧ୍ୟ ସାମ୍ନାକୁ ଆସିଛି। ତେ​‌ବେ ସାରା ଓ ରକୁଲଙ୍କ ନାଁ ରିୟା ଚକ୍ରବର୍ତୀ ଏନସିବି ଜେରା ବେଳେ ନେଇ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.