scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଂଗ୍ରେସ ମହାସଚିବ ପ୍ରିୟଙ୍କାଙ୍କ ତ୍ରିରଙ୍ଗାକୁ ଅପମାନ ଦେଇଥିବା ଅଭିଯୋଗରେ ଦିଲ୍ଲୀ ପୋଲିସରେ ମାମଲା ଦାଏର

21/03/2019 at 12:32 PM

ଦିଲ୍ଲୀ ୨୧/୩ : ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି | ଉତ୍ତର ପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀ ଜୋରସୋରରେ ପ୍ରଚାର ଅଭିଯାନରେ ବାହାରିଛନ୍ତି | ପ୍ରଚାରରେ ଲାଗିଥିବା ପ୍ରିୟଙ୍କା ଗାନ୍ଧୀ ଅସୁବିଧାରେ ପଡିଥିବା ନଜରକୁ ଆସିଛି | ଦେଶର ଜାତୀୟ ପତାକା ତ୍ରିରଙ୍ଗାକୁ ପ୍ରିୟଙ୍କା ଗାନ୍ଧୀ ଅପମାନ ଦେଇଥିବା ଅଭିଯୋଗରେ ବୁଧବାର ଦିଲ୍ଲୀ ବବାନା ଥାନାରେ ଅଭିଯୋଗ ହୋଇଥିଲା | ବାରଣାସୀରେ ଗଙ୍ଗା ଯାତ୍ରା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ତ୍ରିରଙ୍ଗାକୁ ଅପମାନ ଦେଇଥିବା ଅଭିଯୋଗ ହୋଇଛି | ଅଭିଯୋଗକାରୀ ପ୍ରବେଶ ଦଵାସ ଜଣେ ଓକିଲ |


ପ୍ରବେଶ ଦଵାସ ଅଭିଯୋଗ କରିଛନ୍ତି ଯେ, ୩ ଦିନ ଧରି ପ୍ରୟାଗରାଜରୁ ସଙ୍ଗମ ପର୍ଯ୍ୟନ୍ତ ଗଙ୍ଗା ଯାତ୍ରାବେଳେ ପ୍ରିୟଙ୍କା ତ୍ରିରଙ୍ଗାକୁ ଅପମାନ ଦେଇଛନ୍ତି | ଯାତ୍ରାବେଳେ ପ୍ରିୟଙ୍କାଙ୍କ ଡଙ୍ଗାକୁ ତ୍ରିରଙ୍ଗା ପତାକାରେ ଚାରିପଟୁ ଘେରା ଯାଇଥିଲା ବୋଲି ପ୍ରବେଶ ଅଭିଯୋଗ କରିଛନ୍ତି | ଡଙ୍ଗାର ଉପର ଭାଗ, ଏବଂ ଆଗପଛ ତ୍ରିରଙ୍ଗାରେ ଘେରା ଯାଇଥିଲା | କେବଳ ଏତିକି ନୁହେଁ ଗଙ୍ଗା ତଟରେ ଲାଗିଥିବା ବ୍ୟାରିକେଟରେ ମଧ୍ୟ ତ୍ରିରଙ୍ଗା ପତାକା ବ୍ୟବହାର କରାଯାଇଥିଲା ବୋଲି ପ୍ରବେଶ ଅଭିଯୋଗ କରିଛନ୍ତି | ତ୍ରିରଙ୍ଗା ପାଣିରେ ମଧ୍ୟ ଭାସୁଥିଲା | ଏହା ଜାତୀୟ ପତାକାର ଅପମାନ, ଦେଶର ଅପମାନ ବୋଲି କହିଛନ୍ତି ପ୍ରବେଶ | ସେଥିପାଇଁ ପ୍ରିୟଙ୍କାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କହିଛନ୍ତି ପ୍ରବେଶ |


ସୂଚନାଯୋଗ୍ୟ ଯେ, ବୁଧବାର ଦିନ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗଙ୍ଗା ଯାତ୍ରା ବେଳେ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ପହଂଚିଥିଲେ | ବାରଣାସୀରେ ପ୍ରିୟଙ୍କା ଗାନ୍ଧୀ ମୋଦିଙ୍କୁ ଟାର୍ଗେଟ କରି କହିଥିଲେ ଯେ, ମୋଦି ଲୋକଙ୍କୁ ବୋକା ଭାବିବା ଛାଡି ଦିଅନ୍ତୁ |

   Related Posts