ଛତିଶଗଡ ଜଳ ସମ୍ପଦ ବିଭାଗ ବିରୋଧରେ ଅଭିଯୋଗ, କୌଣସି ତଥ୍ୟ ପ୍ରଦାନ କରୁନଥିବା କହିଲେ ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ

Published By : Prameya-News7 Bureau | August 12, 2022 IST

ସମ୍ବଲପୁର ୧୨।୮: ଛତିଶଗଡ ଜଳ ସମ୍ପଦ ବିଭାଗ ବିରୋଧରେ ଅଭିଯୋଗ । ବନ୍ୟା ନିୟନ୍ତ୍ରଣରେ ଛତିଶଗଡ ସହଯୋଗ ନକରିବା ସହ କୌଣସି ତଥ୍ୟ ପ୍ରଦାନ କରୁନଥିବା ଅଭିଯୋଗ ଆଣିଛନ୍ତି ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ସେ ଆହୁରି କହିଛନ୍ତି, ଏପରିକି CWCର ନିର୍ଦ୍ଦେଶକୁ ମଧ୍ୟ ଛତିଶଗଡ ଅଣଦେଖା କରି ଜଳ ପରିଚାଳନା ବୈଠକକୁ ଏଡାଇ ଯାଇଛି । ତେବେ ପୂର୍ବରୁ ବିଧାନସଭା ଆଳ ଦେଖାଇ ଛତିଶଗଡ ଏପରି କରିଥିବା ସେ କହିଛନ୍ତି । ତଥ୍ୟ ପ୍ରଦାନ ନକରିବା ଫଳରେ ସମସ୍ୟା ସୃଷ୍ଟି ହେଉଥିବା ସେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.