ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ : ରାଜ୍ୟ ମହିଳା ଆୟୋଗଙ୍କ ଦ୍ବାରସ୍ଥ ହେଲେ ଅଭିଯୋଗକାରିଣୀ

Published By : Prameya-News7 Bureau | January 27, 2022 IST

ଭୁବନେଶ୍ବର ୨୭।୧: ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ରାଜ୍ୟ ମହିଳା ଆୟୋଗଙ୍କ ଦ୍ବାରସ୍ଥ ହେଲେ ଅଭିଯୋଗକାରିଣୀ ଗୌରୀ ମୁଣ୍ଡାରୀ । ରାଜନୀତି ପାଇଁ ତାଙ୍କର ଆଗ୍ରହ ଥିବାରୁ ପଞ୍ଚାୟତ ନିର୍ବାଚନରେ ସୁଯୋଗ ଦେବାକୁ ସାଂସଦଙ୍କୁ ଅନୁରୋଧ କରିଥିଲେ । ତାଙ୍କୁ ଉତ୍ସାହିତ କରିବା ବଦଳରେ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ ସାଂସଦ । ଏ ନେଇ ପ୍ରଥମେ ସେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗକୁ ଗୁରୁତ୍ଵ ଦିଅନଯିବାରୁ ବାଧ୍ୟହୋଇ ମହିଳା କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଗୌରୀ । ଜଣେ ଲୋକ ପ୍ରତିନିଧି ଜଣେ ମହିଳାଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ କରାଯିବା ସହ ପଦବୀରୁ ନିଲମ୍ବନ କରାଯିବା ନେଇ ମହିଳା କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଗୌରୀ ମୁଣ୍ଡାରୀ ।

ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି, ଅଭିଯୋଗକାରିଣୀ ଲିଖିତ ଅଭିଯୋଗ କରିଛନ୍ତି ।  ପଦପଦବୀରେ ଥାଇ ସାଂସଦ ଯେଉଁଭଳି ଭାଷା କହିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ କଥା । ଆବଶ୍ୟକ ପଡିଲେ ପ୍ରତିପକ୍ଷଙ୍କୁ ନୋଟିସ କରିବୁ । ଏସପିଙ୍କ ରିପୋର୍ଟକୁ ଅପେକ୍ଷା କରିଛୁ ।୧୫ଦିନ ଭିତରେ ରିପୋର୍ଟ ଦେବାକୁ ୨୫ ତାରିଖରୁ ଏସପିଙ୍କୁ ଲେଖିଛନ୍ତି ବୋଲି ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.