ଥାନାଧିକାରୀଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା

Published By : Prameya-News7 Bureau | January 05, 2023 IST

ଟାଙ୍ଗୀ ୦୫/୦୧: କଟକ ଜିଲ୍ଲା ଅଧୀନରେ ଥିବା ଟାଙ୍ଗୀ ଥାନାର ଥାନାଧିକାରୀଙ୍କ ନାଁରେ ଜାତିଆଣ ଆକ୍ଷେପକୁ ନେଇ ମାମଲା ରୁଜୁ l ଘରେ କେହି ନଥିବା ବେଳ ଦୁର୍ବ୍ୟବହାର କରିବା ଭଳି ସାଙ୍ଘାତିକ ଅଭିଯୋଗ ଥାନାଧିକାରୀଙ୍କ ନାଁରେ ଆଣିଛନ୍ତି ମହିଳାl ଅଭିଯୋଗ ପରେ ଚୌଦ୍ୱାର ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟବ୍ରତ ଲେଙ୍କା ଏନେଇ ତଦନ୍ତ ଆରମ୍ଭ କରିଛନ୍ତିl

ଖବର ଅନୁସାରେ, ଟାଙ୍ଗୀ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ମାରପିଟ ଘଟଣାକୁ କେନ୍ଦ୍ର କରି ଟାଙ୍ଗୀ ଥାନାରେ କିଛି ବ୍ୟକ୍ତିଙ୍କ ନାଁରେ ବିଦ୍ୟୁତ ବିଭାଗ ପକ୍ଷରୁ ଅଭଯୋଗ ହୋଇଥିଲା l ଏହାପରେ କୋଟସାହିର କିଛି ଯୁବକଙ୍କୁ ଟାଙ୍ଗୀ ପୋଲିସ ଗିରଫ କରିଥିଲା। ଅନ୍ୟକିଛି ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପୋଲିସ ବିଭିନ୍ନ ଜାଗାରେ ଚଢ଼ଉ କଲାବେଳେ କୋଟ ସାହିର ଅଭିଯୁକ୍ତ ବିଷ୍ଣୁ ଚରଣଙ୍କ ଘରେ ବିଳମ୍ବିତ ରାତିରେ ପହଞ୍ଚିଥିଲେ।

ପରେ ଘର କବାଟ ବାଡ଼େଇବାରୁ ବିଷ୍ଣୁଙ୍କ ସ୍ତ୍ରୀ ରୀନା ଆସି ସ୍ୱାମୀ ନାହାଁନ୍ତି ବୋଲି କହିଥିଲେl ଏହା ସତ୍ୱେବି ପୋଲିସ ଘର କବାଟ ଭାଙ୍ଗି ଜବରଦସ୍ତ ତାଙ୍କ ଘରେ ପଶିଥିଲା। ପରେ ଦୁର୍ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ କରିଥିବା ରୀନା ଅଭିଯୋଗ କରିଛନ୍ତିl ଅନ୍ୟପଟେ ଏନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛିI ଏହାପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଚୌଦ୍ୱାର ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟବ୍ରତ ଲେଙ୍କା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.