କେସିଆର ସରକାରଙ୍କ ଚେକ୍ ବାଉନ୍ସ, ମୃତ ଚାଷୀଙ୍କ ପରିବାରକୁ ମିଳିଲାନି ସହାୟତା ରାଶି

Published By : Prameya-News7 Bureau | December 01, 2022 IST

ନୂଆଦିଲ୍ଲୀ: କେସିଆର ସରକାରଙ୍କ ଚେକ୍ ବାଉନ୍ସ । ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଚାଷୀଙ୍କୁ ପ୍ରଦାନ କରାଯାଇଥିବା ସହାୟତା ରାଶି ଚେକ୍ ବାଉନ୍ସ ହୋଇଛି। କେଉଁ କାରଣରୁ ଚେକ୍ କ୍ୟାନ୍‌ସେଲ୍ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଚାଷୀ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ  ସହାୟତା ପ୍ରଦାନ କରିଥିଲେ ଚନ୍ଦ୍ରଶେଖର ରାଓ ।

କେନ୍ଦ୍ର ସରକାର ୩ କୃଷି ନୀତି ଆଣିବା ପରେ ଏହାକୁ ବିରୋଧ କରିଥିଲେ ଚାଷୀ ସମୂହ । ଏନେଇ ଚଣ୍ତିଗଡ଼ରେ ପଞ୍ଜାବ ଓ ହରିୟାଣାର ଚାଷୀ ଆନ୍ଦୋଳନ କରିଥିଲେ । ବିକ୍ଷୋଭ ସମୟରେ କିଛି ଚାଷୀ ପ୍ରାଣହରାଇ ଥିଲେ । ତେହେ ଏହି ଚାଷୀଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଥିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ  କେ ଚନ୍ଦ୍ରଶେଖର ରାଓ । ୭୧୨ ଚାଷୀ ପରିବାରକୁ ୩ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିବା ସହିତ ଚେକ୍ ପ୍ରଦାନ କରିଥିଲେ । ହେଲେ କିଛି ଚାଷୀଙ୍କୁ ମିଳିଥିବା ଚେକ୍ ବାଉନ୍ସ ହୋଇଯାଉଛି । ଏନେଇ ଚାଷୀମାନେ ତରନତାରନ ଜିଲ୍ଲାର କୃଷି ଅଧିକାରୀଙ୍କୁ ଜାଣାଇବା ପରେ ଟଙ୍କା ପ୍ରଦାନ କରାଯିବ ବୋଲି ଅଧିକାରୀ ଆଶ୍ବସନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.