Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିନା ଟିକଟରେ ଯାତ୍ରା କରିଥିବା ଯାତ୍ରୀଙ୍କୁ ମଧ୍ୟ ମିଳିବ କ୍ଷତିପୂରଣ, ରେଳବାଇର ବଡ଼ ନିଷ୍ପତ୍ତି

4/06/2023 at 9:40 PM

ନୂଆଦିଲ୍ଲୀ, ୦୪/୦୬: ବାଲେଶ୍ବର ବାହାନଗାଠାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୭୫ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଏବେବି ଆହତ ଚିକିତ୍ସାଧୀନ ଅଛନ୍ତି । ସେପଟେ ରେଳବାଇ ତରଫରୁ ମୃତକ, ଆହତ ଏବଂ ଗୁରୁତର ପାଇଁ କ୍ଷତିପୂରଣ ରାଶି ଘୋଷଣା କରାଯାଇଛି। ଏହାରି ମଧ୍ୟରେ ଆଉ ଏକ ଖବର ଆସିଛି। ରେଲଓ୍ବେ ରବିବାର କହିଛି ଯେ, ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀ ଯେଉଁମାନେ ବିନା ଟିକଟରେ ବି ଯାତ୍ରା କରିଥିଲେ ସେମାନଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବ।

ରେଲଓ୍ବେ ପ୍ରବକ୍ତା ଅମିତାଭ ଶର୍ମା କହିଛି ‘‘ଯାତ୍ରୀଙ୍କ ପାଖରେ ଟିକଟ ଥିଲା କି ନାହିଁ ତାହା ନଦେଖି ତାଙ୍କୁ କ୍ଷତିପୂରଣ ଦିଆଯିବ।’’ ଅଧିକାରୀ କହିଛନ୍ତି ଯେ ସୁପ୍ରିମକୋର୍ଟର ଆଦେଶର ଅନୁରୂପ ଏଭଳି କରାଯିବ। ରେଲଓ୍ବେ ଏହା ମଧ୍ୟ କହିଛି ଯେ ୧୩୯ ସେବା ଜାରି ରହିଛି। ରେଳମନ୍ତ୍ରୀ ମାମଲାରେ ୧୦ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ, ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବଡ଼ ଘୋଷଣା

ସୂଚନାଥାଉକି, ବାଲେଶ୍ବର ବାହାନଗା ଷ୍ଟେସନଠାରେ ହୋଇଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ଏପର୍ଯ୍ରନ୍ତ ୨୭୫ ଲୋକଙ୍କ ଜୀବନ ଯାଇଛି। ଦୁର୍ଘଟଣାର ଦୁଇ ଦିନ ପରେବି ଅନେକ ଯାତ୍ରୀଙ୍କ ପରିବାର ଲୋକଙ୍କ ପ୍ରିୟଜନଙ୍କୁ ଖୋଜୁଛନ୍ତି। ଘଟଣାରେ ୧୧୦୦ରୁ ଅଧିକ ଲୋକଙ୍କୁ ଆହତ ହୋଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ବାହାନଗା ଟ୍ରେନ୍ ଟ୍ରାଜେଡି: ଗୌତମ ଆଦାନୀଙ୍କ ବଡ଼ ଘୋଷଣା, ଅଭିଭାବକ ହରାଇଥିବା ପିଲାଙ୍କ ପାଠ ପଢା ବୁଝିବେ

   Related Posts