କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ପରେ ସହାୟତା, ପରିବାରକୁ ପ୍ରଦାନ କରାଗଲା ୪ଲକ୍ଷ ଟଙ୍କା ଅର୍ଥ ରାଶି

Published By : Prameya-News7 Bureau | September 10, 2021 IST

ଚଣ୍ଡିଖୋଲ ୧୦।୯: ଦୁଇ ସାମ୍ବାଦିକଙ୍କ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି । ସାମ୍ବାଦିକଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ସାମ୍ବାଦିକଙ୍କୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିଛନ୍ତି । କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ବିୟୋଗ ଘଟିଲେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଯୋଜନା ରହିଛି ।

wp:html https://www.youtube.com/watch?v=NVzr0mSe9PM /wp:html

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ସୁଂଗୁଡା ଗ୍ରାମର ଅନିରୁଦ୍ଧ ସାମନ୍ତରାୟ ଗଣମାଧ୍ୟମରେ କାର୍ଯ୍ୟରତ ସମୟରେ ଅକାଳ ବିୟୋଗ ଘଟିଥିଲା । ସାମ୍ବାଦିକ ବିୟୋଗରେ ଯାଜପୁର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଆର୍ଥିକ ସହାୟତା ପାଇଁ ଅନୁମୋଦନ କରାଯାଇଥିଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଅର୍ଥ ରାଶି ସାମ୍ବାଦିକଙ୍କ ପରିବାରକୁ ପ୍ରଦାନ କରାଯାଇଛି । ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଦର୍ପଣ ତହସିଲଦାର ସାମ୍ବାଦିକ ସ୍ବର୍ଗତ ଅନିରୁଦ୍ଧଙ୍କ  ପରିବାରକୁ ଭେଟି ଆଲୋଚନା କରିବା ସହ ସମବେଦନା ଜଣାଇଥିଲେ । ସେହିଭଳି ଯାଜପୁର ପୌରାଞ୍ଚଳ କୁଆଁସରପୁର ସାମ୍ବାଦିକ ସ୍ବର୍ଗତ ଉତ୍କଳ କୁମାର ଜେନାଙ୍କ ପରିବାରକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏ ନେଇ ସାମ୍ବାଦିକଙ୍କ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.