ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ରେଳ ଓଭରବ୍ରିଜ ଜମି ଅଧିଗ୍ରହଣ ପ୍ରସଙ୍ଗ : ଉପଯୁକ୍ତ ପ୍ୟାକେଜ ଦାବି କଲେ ବ୍ୟବସାୟୀ ମହାସଂଘ

20/12/2021 at 4:58 PM

ପୁରୀ ୨୦।୧୨: ପୁରୀର ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ ଜମି ଅଧିଗ୍ରହଣ ପାଇଁ ବ୍ୟବସାୟୀ ଓ କ୍ଷତିଗ୍ରସ୍ତଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। କ୍ଷତିପୂରଣ ସହାୟତା ପାଇବା ପାଇଁ ସେମାନଙ୍କୁ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପାଇଁ କୁହାଯାଇଛି। କିନ୍ତୁ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କ୍ଷତିପୂରଣ ସହାୟତା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବ୍ୟବସାୟୀ ।

ବ୍ୟବସାୟୀଙ୍କୁ ଥଇଥାନ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ଥଇଥାନ ନହେବା ଯାଏଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଭଳି ପ୍ୟାକେଜ ପ୍ରଦାନ କରିବାକୁ ଦାବି କରିଛନ୍ତି । ଫଳରେ ବାଲିଘାଟ, ମାଟିଆପଡା ଓ ରେଳଫାଟକ ବ୍ୟବସାୟୀଙ୍କୁ ନେଇ ଗଠିତ ବ୍ୟବସାୟୀ ମହାସଂଘ ଏକ ବିଶାଳ ଶୋଭାଯାତ୍ରାରେ ଗୁଣ୍ଡିଚା ମନ୍ଦିରରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରତିବାଦ କରିଛନ୍ତି ।

ଦୀର୍ଘ ୨୫ରୁ ୩୦ ବର୍ଷ ହେବ ସେମାନେ ଏଠାରେ ବ୍ୟବସାୟ କରି ଆସୁଛନ୍ତି । ରେଳ ଓଭରବ୍ରିଜ ଦ୍ବାରା ସେମାନେ ସମ୍ପୂର୍ଣ୍ଣ ମାତ୍ରାରେ ବ୍ୟବସାୟ ପ୍ରତିଷ୍ଠାନ ହରାଇବେ ।  ଆରଓବିଙ୍କୁ ସେମାନେ ବିରୋଧ କରୁନାହାନ୍ତି କିନ୍ତୁ ବ୍ୟବସାୟୀଙ୍କ କଥା ବୁଝାନଗଲେ ସେମାନେ ବାଧ୍ୟ ହୋଇ ଧାରଣା ଦେବେ ବୋଲି କହିଛନ୍ତି ।

   Related Posts