ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କମୁଛନ୍ତି କଲରାପତରିଆ, ଚିନ୍ତା ବଢ଼ାଇଲା ଏନଟିସିଏ ରିପୋର୍ଟ

Published By : Prameya-News7 Bureau | March 01, 2024 IST

ଭୁବନେଶ୍ୱର ୦୧/୦୩: ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ୫୬୮କୁ ହ୍ରାସ ପାଇଛି । ଚାରି ବର୍ଷ ତଳେ ଥିଲା ୭୬୦ । ଏହାର ଅର୍ଥ ହେଉଛି, ୧୯୨ କଲରାପତରିଆ ଏ ଭିତରେ ଉଭାନ ହୋଇ ଯାଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି, ରାଜ୍ୟରେ ବାଘ ଶିକାର ଅନିୟନ୍ତ୍ରିତ ଭାବେ ବଢ଼ି ଚାଲିଛି । ଘନ ଘନ ବାଘ ଛାଲ ଜବତ ବି ଏକଥାକୁ ପ୍ରମାଣିତ କରୁଛି ।ସଦ୍ୟତମ ଷ୍ଟାଟସ୍‌ ଅଫ୍‌ ଲିଓପାର୍ଡସ୍‌ ଇନ୍‌ ଇଣ୍ଡିଆ-୨୦୨୨ ରିପୋର୍ଟ ଏହି ଚିନ୍ତାଜନକ ତଥ୍ୟ ମିଳିଛି ।

କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗୁରୁବାର ଦେଶରେ ୨୦୨୨ ସୁଦ୍ଧା କଲରାପତରିଆ ବାଘଙ୍କ ସ୍ଥିତିର ରିପୋର୍ଟ ପ୍ରକାଶ କରିଛନ୍ତି । ରିପୋର୍ଟ ମୁତାବକ, ଦେଶରେ ୨୦୧୮ ବେଳକୁ କଲରାପତରିଆଙ୍କ ସଂଖ୍ୟା ୧୨ ହଜାର ୮୫୨ରେ ସୀମିତ ଥିଲା । ୨୦୨୨ ସୁଦ୍ଧା ଏମାନଙ୍କ ସଂଖ୍ୟା ୧୩ ହଜାର ୮୭୪କୁ ବଢ଼ିଛି । ଅର୍ଥାତ୍‌, ଦେଶରେ ୪ବର୍ଷରେ ୯୮୨ କଲରାପତରିଆ ବଢ଼ିଛନ୍ତି । ସର୍ବାଧିକ ୩ହଜାର ୯୦୭ଟି କଲରାପତରିଆ ମଧ୍ୟପ୍ରଦେଶରେ ଅଛନ୍ତି । ୨୦୧୮ରେ ସେଠାରେ ୩ ହଜାର ୪୨୧ଟି ବାଘ ଥିଲେ । ଅର୍ଥାତ୍‌, ୪ ବର୍ଷରେ ୪୮୬ ବାଘ ବଢ଼ାଇବାରେ ସେଠାକାର ରାଜ୍ୟ ସରକାର ସକ୍ଷମ ହୋଇଛନ୍ତି । ତା’ ତଳକୁ ମହାରାଷ୍ଟ୍ରରେ ୧ ହଜାର ୯୮୫ଟିବାଘ ଅଛନ୍ତି ।

ସେହିଭଳି କର୍ଣ୍ଣାଟକରେ ୧୮୭୯, ତାମିଲାଡୁରେ ୧୦୭୦, ଛତିଶଗଡରେ ୭୨୨, ରାଜସ୍ଥାନରେ ୭୨୧, ଉତ୍ତରାଖଣ୍ଡରେ ୬୫୨, କେରଳରେ ୫୭୦, ଆନ୍ଧ୍ରପ୍ରଦେଶରେ ୫୬୯, ଉତ୍ତରପ୍ରଦେଶରେ ୩୭୧, ତେଲଙ୍ଗାନାରେ ୨୯୭, ଉତ୍ତର ବଙ୍ଗଳାରେ ୨୩୩, ବିହାରରେ ୮୬, ଗୋଆରେ ୭୭, ଆସାମରେ ୭୪, ଝାଡଖଣ୍ଡରେ ୫୧ ଓ ଅରୁଣାଚଳରେ ୪୨ କଲରାପତରିଆ ଅଛନ୍ତି । ରିପୋର୍ଟ ଅନୁସାରେ କେନ୍ଦ୍ରୀୟ ଭାରତରେ ସର୍ବଧିକ ୮୮୨୦ ବାଘ ରହିଥିବା ବେଳେ ପଶ୍ଚିମାଘାଟରେ ୩୫୯୬, ଶିବାଲିକ୍‌ ରେଞ୍ଜ୍‌ରେ ୧୧୦୯ ଓ ଉତ୍ତର-ପୂର୍ବାଞ୍ଚଳରେ ୩୪୯ କଲରାପତରିଆ ବାଘ ରହିଥିବା ଜଣାପଡିଛି ।

wp:embed {"url":"https://www.prameyanews7.com/pccf-reaction-on-tiger-censos/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pccf-reaction-on-tiger-censos/
/wp:embed

କିନ୍ତୁ ଓଡି଼ଶାରେ ୪ ବର୍ଷରେ କଲରାପତରିଆ ବାଘ କମିଛନ୍ତି । ସେହିପରି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ମଧ୍ୟ ବାଘ ସଂଖ୍ୟା ୧୩୦ କମିଛି । ୨୦୧୮ରେ ସେଠାରେ ୮୫୨ ବାଘ ଥିବା ବେଳେ ୨୦୨୨ରେ ଏମାନଙ୍କ ସଂଖ୍ୟା ୭୨୨କୁ ଖସିଛି । ଉତ୍ତରାଖଣ୍ଡରେ ମଧ୍ୟ ବାଘ ସଂଖ୍ୟା ୧୮୭ କମିଛି । ୨୦୧୮ରେ ସେଠାରେ ୮୩୯ ବାଘ ଥିଲେ । ୨୦୨୨ ବେଳକୁ ୬୫୨ ବାଘ ବଞ୍ଚିଛନ୍ତି । ତେଲେଙ୍ଗାନାରୁ ୪ବର୍ଷରେ ୩୭ଟି, ଗୋଆରୁ ୯ଟି ବାଘ ଓ କେରଳରୁ ୮୦ଟି ବାଘ ଉଭାନ୍‌ ହୋଇଛନ୍ତି । ବାକି ଅନ୍ୟ ରାଜ୍ୟରେ ଏହି ସମୟ ଅବଧିରେ ବାଘ ସଂଖ୍ୟା ଢ଼େର୍‌ ବଢ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.