ଚନ୍ଦ୍ରଯାନ-୨ : ଲ୍ୟାଣ୍ଡର ସହ ଯୋଗା ଯୋଗ ବିଚ୍ଛିନ୍ନ, ଇସ୍ରୋର ଉଦ୍ୟମକୁ ପ୍ରଶଂସା କଲେ ମୋଦୀ

Published By : Prameya-News7 Bureau | September 07, 2019 IST

ବେଙ୍ଗାଲୁର - ଚନ୍ଦ୍ରଯାନ-୨ର ଅନ୍ତିମ ପର୍ଯ୍ୟାୟରେ ଚନ୍ଦ୍ର ପୃଷ୍ଟର ଠିକ୍‌୨.୧ କିଲୋମିଟର ଉପରେ ରହିଥିବା ବେଳେ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଶୁକ୍ରବାର ବିଳମ୍ବିତ ରାତ୍ରୀ (ରାତି ୧୨ଟା ପରେ) ଶନିବାର ଗୋଟାଏ ତିରିଶରୁ ୨ଟା୩୦ ମଧ୍ୟରେ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ଥିଲା । ଚନ୍ଦ୍ର ପୃଷ୍ଟର ୨.୧ କିଲୋମିଟର ଦୂରରୁ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଶନିବାର ସକାଳ ୫ଟା୩୦ରୁ୬ଟା୩୦ ମଧ୍ୟରେ ପ୍ରଜ୍ଞାନ ରୋଭର ଲ୍ୟାଣ୍ଡରରୁ ବାହାରିବାର ଥିଲା । ଏହା ଭାରତର ଚନ୍ଦ୍ରପୃଷ୍ଟରେ ପ୍ରଥମ ସଫ୍ଟ ଲ୍ୟାଣ୍ଡିଂ ପ୍ରଚେଷ୍ଟା ଥିଲା ।
ଜୀବନରେ ସଫଳତା ଓ ବିଫଳତା, ଘାତ ପ୍ରତିଘାତ ରହିଛି । ଇସ୍ରୋର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

wp:core-embed/twitter {"url":"https://twitter.com/narendramodi/status/1170080152895643648","type":"rich","providerNameSlug":"twitter","className":""}
https://twitter.com/narendramodi/status/1170080152895643648
/wp:core-embed/twitter


ଇସ୍ରୋ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ବୈଜ୍ଞାନିକଙ୍କ ମନୋବଳକୁ ବୃଦ୍ଧି କରିଥିଲେ । ଏଠାରେ ଚନ୍ଦ୍ରଯାନ-୨ ମିଶନକୁ ଦେଖିବା ପାଇଁ ଉପସ୍ଥିତ ଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଭେଟିଥିଲେ । ବୈଜ୍ଞାନିକଙ୍କୁ ଉପରେ ଦେଶ ଗର୍ବ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି । ଆଗକୁ ପ୍ରୟାସ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜୀବନରେ ଘାତ ପ୍ରତିଘାତ ଆସେ। ମାତ୍ର ଏହା କୌଣସି ଛୋଟ ଉଦ୍ୟମ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି । ଇସ୍ରୋର ବୈଜ୍ଞାନିକଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ମୋଦୀ କହିଛନ୍ତି ।

wp:core-embed/twitter {"url":"https://twitter.com/isro/status/1170086810006900736","type":"rich","providerNameSlug":"twitter","className":""}
https://twitter.com/isro/status/1170086810006900736
/wp:core-embed/twitter


ବିକ୍ରମ ଲ୍ୟାଣ୍ଡରର ଶେଷ ପର୍ଯ୍ୟାୟରେ ଠିକ୍‌ ଭାବରେ ଅବତରଣ କରୁଥିଲା । ମାତ୍ର ଅନ୍ତିମ ପର୍ଯ୍ୟାୟର ଠିକ୍‌ ଚନ୍ଦ୍ର ପୃଷ୍ଟର ୨.୧ କିଲୋମିଟର ଉପରୁ ଏହା ସହ ସମ୍ପର୍କ ଛିନ୍ନ ହୋଇଛି । ଏବେ ଏହାର ତଥ୍ୟର ବିଶ୍ଲେଷଣ କରାଯାଉଥିବା କଥା ଇସ୍ରୋର ମୁଖ୍ୟ କେ ଶିବନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.