scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

Commonwealth Games 2022: ୬୧ ପଦକ ସହ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କଲା ଭାରତ, ଦେଖନ୍ତୁ ଟପ୍-୧୦ ଦେଶର ଲିଷ୍ଟ

8/08/2022 at 10:51 PM

ବର୍ମିଂହାମ: ଭାରତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ମୋଟ୍ ୬୧ ପଦକ ସହ ନିଜର ଅଭିଯାନ ସମାପ୍ତ କରିଛି। ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାରେ ମୋଟ୍ ୬୧ ପଦକ  ଜିତିଛି। ଏଥିରେ ୨୨ ସ୍ଵର୍ଣ୍ଣ, ୧୬ ରୌପ୍ୟ ଏବଂ ୨୩ କାଂସ୍ୟ ପଦକ ସାମିଲ୍। ଭାରତ ପାଇଁ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାର ଶେଷ ଦିନରେ ପିଭି ସିନ୍ଧୁ, ଲକ୍ଷ୍ୟ ସେନ, ସାତ୍ତ୍ଵିକ ସାଇରାଜ ରେଙ୍କି ରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ଯୋଡି ବ୍ୟାଡମିଣ୍ଟନ ଏବଂ ଅଞ୍ଚତା ଶରତ କମଲ ଟେବୁଲ୍ ଟେନିସରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଜି ସାଥିୟାନ ଟେବୁଲ୍ ଟେନିସରେ କାଂସ୍ୟ ପଦକ ଜିତିଥିବା ବେଳେ ଭାରତୀୟ ପୁରୁଷ ହକି ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଭାରତ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।

ଭାରତ ୨୦୧୮ ଗୋଲକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ୨୬ ସ୍ଵର୍ଣ୍ଣ ସହିତ ୬୬ ପଦକ ଜିତି ତାଲିକାର ତୃତୀୟ ସ୍ଥାନରେ ରହିଥିଲା। ଏଥର ଦଳ ସେହି ସଫଳତାକୁ ଅତିକ୍ରମ କରି ପାରିନାହିଁ। ଭାରତକୁ ସର୍ବାଧିକ ସ୍ଵର୍ଣ୍ଣ ଏବଂ ରୌପ୍ୟ କୁସ୍ତିରୁ ମିଳିଛି। ଏହି ପ୍ରତିଯୋଗିତାରେ ଭାରତ ଛଅ ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ପାଞ୍ଚ କାଂସ୍ୟ ସହିତ ୧୦ ପଦକ ଜିତିଛି। ସଙ୍କେତ ସରଗର ରୌପ୍ୟ ପଦକ  ଜିତି ବର୍ମିଂହାମ ୨୦୨୨ରେ ଭାରତର ଖାତା ଖୋଲିଥିଲେ।

ଭାରତ ୧୨ ବିଭିନ୍ନ କ୍ରୀଡାର ପ୍ରତିଯୋଗିତାରେ ପଦକ ଜିତିଛି। ଭାରତ କୁସ୍ତି, ଭାରୋତ୍ତୋଳନ, ବ୍ୟାଡମିଣ୍ଟନ ଏବଂ ଟେବୁଲ ଟେନିସରେ ବ୍ୟକ୍ତିଗତ ପଦକ ତାଲିକାରେ ଶୀର୍ଷରେ ରହିଛି। ମହିଳାଙ୍କ ଫୋରଲନ ବୋଲିଂ ଟିମ୍ ସ୍ଵର୍ଣ୍ଣ ପଦକ ଜିତି ଏହି ଖେଳରେ ପ୍ରଥମ ପଦକ ସହ ଇତିହାସ ରଚିଛନ୍ତି। ପୁରୁଷ ଦଳ ରୌପ୍ୟ ପଦକ ନିଜ ନାମରେ କରିଥିଲେ।

ପଦକ ତାଲିକା

ଅଷ୍ଟ୍ରେଲିଆ

ସ୍ଵର୍ଣ୍ଣ- ୬୭, ରୌପ୍ୟ- ୫୭, କାଂସ୍ୟ-୫୪, ମୋଟ୍- ୧୭୮

ଇଂଲଣ୍ଡ

ସ୍ଵର୍ଣ୍ଣ- ୫୭, ରୌପ୍ୟ- ୬୬, କାଂସ୍ୟ-୫୩, ମୋଟ୍- ୧୭୬

କାନାଡା

ସ୍ଵର୍ଣ୍ଣ- ୨୬, ରୌପ୍ୟ- ୩୨, କାଂସ୍ୟ-୩୪, ମୋଟ୍- ୯୨

ଭାରତ

ସ୍ଵର୍ଣ୍ଣ- ୨୨, ରୌପ୍ୟ- ୧୬, କାଂସ୍ୟ-୨୩, ମୋଟ୍- ୬୧

ନ୍ୟୁଜିଲାଣ୍ଡ

ସ୍ଵର୍ଣ୍ଣ- ୨୦, ରୌପ୍ୟ- ୧୧, କାଂସ୍ୟ-୧୭, ମୋଟ୍- ୪୯

ସ୍କଟଲାଣ୍ଡ

ସ୍ଵର୍ଣ୍ଣ- ୧୩, ରୌପ୍ୟ- ୧୧, କାଂସ୍ୟ-୨୭, ମୋଟ୍- ୪୯

ନାଇଜେରିଆ

ସ୍ଵର୍ଣ୍ଣ- ୧୨, ରୌପ୍ୟ- ୯, କାଂସ୍ୟ-୧୪, ମୋଟ୍- ୩୫

ଓ୍ଵେଲ୍ସ

ସ୍ଵର୍ଣ୍ଣ- ୮, ରୌପ୍ୟ- ୬, କାଂସ୍ୟ-୧୪, ମୋଟ୍- ୨୮

ଦକ୍ଷିଣ ଆଫ୍ରିକା

ସ୍ଵର୍ଣ୍ଣ- ୭, ରୌପ୍ୟ- ୯, କାଂସ୍ୟ-୧୧, ମୋଟ୍- ୨୭

ମାଲେସିଆ

ସ୍ଵର୍ଣ୍ଣ- ୮, ରୌପ୍ୟ- ୮, କାଂସ୍ୟ-୮, ମୋଟ୍- ୨୪

   Related Posts