ରାଜ୍ୟଗୋଷ୍ଠୀ କ୍ରୀଡା : ସେମିରେ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ

Published By : Prameya-News7 Bureau | August 05, 2022 IST

ନୂଆଦିଲ୍ଲୀ, ୦୫/୦୮: ବର୍ମିଂହାମରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ସେମିଫାଇନାଲରେ ପ୍ରବେଶ କରିଛି । ଏବେ କେଉଁ କେଉଁ ଚାରି ଟିମ୍ ସେମିଫାଇନାଲ୍ ଖେଳିବେ ତାହା ଚୂଡାନ୍ତ ହୋଇସାରିଛି । ଏହି ଚାରି ଟିମ୍ ହେଲେ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ଏହି ସବୁ ଟିମ୍ ନିଜ ନିଜ ଗ୍ରୁପର ଟପ୍ ୨ରେ ଅଛନ୍ତି ।

ଭାରତ ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରି ସାରିଥିଲା । ଏବେ ଦଳ ନକଆଉଟରେ କାହାକୁ ଭେଟିବ ତାହା ସ୍ପଷ୍ଟ ହୋଇଯାଇଛି । ହରମନପ୍ରିତ କୌରଙ୍କ ନେତୃତ୍ୱରେ ଦଳ ସେମିରେ ଇଂଲଣ୍ଡକୁ ଭେଟିବ ।

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ

ଭାରତ ଗ୍ରୁପ୍ ଏରେ ଦ୍ୱିତୀୟ ସ୍ଥାନରେ ଅଛି । ଇଂଲଣ୍ଡ ମଧ୍ୟ ଗ୍ରୁପ୍ ବିର ଦ୍ୱିତୀୟ ସ୍ଥାନରେ ରହିଛି । ଦ୍ୱିତୀୟ ସେମିଫାଇନାଲ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ପ୍ରଥମ ସେମିଫାଇାନଲ ଭାରତୀୟ ସମୟାନୁସାରେ ଦିନ ୩ଟା ୩୦ ଓ ଦ୍ୱିତୀୟ ସେମି ରାତି ୧୦ଟା ୩୦ରେ ଖେଳାଯିବ ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ଚାଲି ଟିମ୍ ମଧ୍ୟରେ ସେମି ଅଗଷ୍ଟ ୬ ତାରିଖ ଅର୍ଥାତ ଶନିବାର ଖେଳାଯିବ । ଏହାର ଗୋଟିଏ ଦିନ ପରେ ଅର୍ଥାତ ୭ ତାରିଖରେ ସୁନା ଓ ବ୍ରୋଞ୍ଜ୍ ପାଇଁ ମ୍ୟାଚ୍ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.