oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଉ ଏକ ପଦକ, ସ୍କ୍ୱାଶରେ କାଂସ୍ୟ ଜିତିଲେ ସୌରଭ ଘୋଷାଲ

4/08/2022 at 7:44 AM

ନୂଆଦିଲ୍ଲୀ, ୦୪|୦୮ : ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଉ ଏକ ପଦକ ହାତେଇଛି । ସ୍କ୍ୱାଶରେ ଭାରତର ସୌରଭ ଘୋଷାଲ କାଂସ୍ୟ ଜିତିଛନ୍ତି । ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ସ୍କ୍ୱାଶରେ ଭାରତ ସିଙ୍ଗିଲ ଇଭେଣ୍ଟରେ ପଦକ ପାଇଛି । ଏହି ପଦକ ସହ ଭାରତର ମୋଟ୍ ପଦକ ସଂଖ୍ୟା ୧୫ରେ ପହଁଚିଛି ।

କାଂସ୍ୟ ପଦକ ପାଇଁ ଖେଳାଯାଇଥିବା ଏହି ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ସୌରଭ ଘୋଷାଲ ଓ ଇଂଲଣ୍ଡର ଜେମ୍ସ ବିଲଷ୍ଟ୍ରପ୍ । ଆରମ୍ଭରୁ ସୌରଭ ଦମଦବା ଜାହିର କରିଥିଲେ । ସେ ତିନୋଟି ସେଟରେ ବିଜୟ ଲାଭ କରିଥିଲେ ।

ସେଟ୍ ସ୍କୋର ପରେ ସୌରଭ ନିଜ ବିପକ୍ଷ ଖେଳାଳିଙ୍କୁ ୧୧-୬, ୧୧-୧ ଓ ୧୧-୪ରେ ପରାସ୍ତ କରିଥିଲେ । ୩-୦ ସେଟରେ ସୌରଭ ଏକପାଖିଆ ମୁକାବିଲା ଜିଣି ନେଇଥିଲେ । ତେବେ ବିଜୟୀ ହେଲା ପରେ ସୌରଭ ଇତିହାସ ରଚିଛନ୍ତି । କାରଣ ଏହାପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡାରେ କୌଣସି ଖେଳାଳି ସ୍କ୍ୱାଶ୍ ଇଭେଣ୍ଟରେ ଭାରତ ପାଇଁ ପଦକ ଜିତିନଥିଲେ ।

ସୂଚନାଯୋଗ୍ୟ, ୩୫ ବର୍ଷୀୟ ସୌରଭ ପଶ୍ଚିମବଙ୍ଗର କୋଲକାତାରେ ରୁହନ୍ତି । ତାଙ୍କୁ ଭାରତ ସରକାର ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ । ସେ ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୁପା ଜିତିଥିଲେ ।

   Related Posts