ବନ୍ଦ ପାଳନ ଯୋଗୁଁ ଲୋକ ହଟହଟା

Published By : Prameya-News7 Bureau | January 08, 2020 IST

ନୂଆଦିଲ୍ଲୀ ୦୮।୦୧ - ମୋଦି ସରକାରଙ୍କ ବିରୋଧରେ ବାମଦଳ ଓ ଶ୍ରମିକ ସଂଗଠନ ଗୁଡିକ ୨୪ ଘଂଟିଆ ଭାରତ ବନ୍ଦ ପାଳନ ହେଉଛି । ବନ୍ଦର ପ୍ରଭାବ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଏହା ସହ  ସ୍ଥାନରେ ରେଳ ରୋକ ମଧ୍ୟ କରାଯାଇଛି । ବସ ଏବଂ ରେଳ ଚଳାଚଳ ବନ୍ଦ ରହିଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ବନ୍ଦ ଯୋଗୁ ସାଧାରଣ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି । ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି।  ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ଅଧିକାଂଶ ସ୍କୁଲ କଲେଜ ଛୁଟି ଘୋଷଣା କରି ଦିଆଯାଇଛି । ତେବେ ଶାନ୍ତି ଶୃଂଖଳା ରକ୍ଷା କରିବା ଲାଗି ପୋଲିସ ମୁତୟନ କରାଯାଇଛି ।...

{"id":208589,"sizeSlug":"large"}

ଲୋକେ ହଟହଟା ହେଲେ। କିଏ ବାଟ ଅଧରେ ଅଟକିଲା କିଏ ଷ୍ଟେସନ ବସ୍‌ ଷ୍ଟପରେ ରହିଲା।  ଆଉ କିଏ ଯାଉଥିବା କାମରୁ ଅଧାରୁ ଫେରିଲା । ଭାରତ ବନ୍ଦର ଏଥିଲା ପ୍ରଭାବ। କେଉଁଛି ପୋଡ଼ାଜଳାରେ ଗାଡ଼ି ପୋଡ଼ିଛି, କେଉଁଠି ଭଙ୍ଗାରୁଜା ହୋଇଛି । ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ଟ୍ରେନ, ଏୟାରପୋର୍ଟକୁ ଯାଉଥିବା ଯାତ୍ରୀ ବି ଅଟକି ରହିଲେ।  ଏମିତିକି  ଆନ୍ଦୋଳନକାରୀ ପରୀକ୍ଷାର୍ଥୀଙ୍କୁ ଅଟକାଇବେ ନାହିଁ ବୋଲି କହିଥିଲେ, ଏହାସତ୍ତ୍ବେ ଜେଇଇ ମେନ୍‌ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ। ଏ ହେଉଛି ବନ୍ଦର ପ୍ରଭାବ।

{"id":208588,"sizeSlug":"large"}

ଦଫା ଦାବି ନେଇ ୨୪ ଘଣ୍ଟିଆ ଭାରତ ବନ୍ଦ  ଡାକରା ଦେଇଥିଲେ  ଟ୍ରେଡ ୟୁନିୟନ । ଏ ହେଉଛି ପଶ୍ଚିମ ବଙ୍ଗର ମାଲଦାର ଦୃଶ୍ୟ। ଦେଖନ୍ତୁ କେମିତି ଏଠାରେ ପୋଲିସ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛି। ଏଠାରେ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଛି।ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହୁଛନ୍ତି ସେ ଲୋକଙ୍କ ତ୍ରାଣକର୍ତ୍ତା ଏଣେ ଆନ୍ଦୋଳନକାରୀ ଦୋକାନ ବଜାର ଗାଡ଼ିମଟର ସବୁକିଛି ଠପ କରିଦେଇଥିଲେ। ଦେଶବ୍ୟାପୀ   କିନ୍ତୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। (ମଲ୍ଟି ୱିଣ୍ଡୋ କରିବ) ମୁମ୍ବାଇରୁ ଗୁଆହାଟୀ, ଦିଲ୍ଲୀରୁ ଚେନ୍ନାଇ ସବୁଠାରେ ଆନ୍ଦୋଳନକାରୀ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ ଆଉ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ହିମାଚଳର ପ୍ରଦେଶରେ ପ୍ରବଳ ତୁଷାରପାତ ସତ୍ବେ ବିରୋଧ ପ୍ରଦର୍ଶନ ଅମୃତସରରେ ଶହ ଶହ ସଂଖ୍ୟାରେ ଆନ୍ଦୋଳନକାରୀ ରେଳ ଧାରଣାରେ ବସି ରହିଥିଲେ । (PUNJAB PROTEST)

ଏବେ ନଜର ପକାଇବା ଓଡ଼ିଶାରେ ଏହାର ପ୍ରଭାବ କେମିତି ଥିଲା। ଭୁବନେଶ୍ବରରୁ ରାଉରକେଲା, ବାଲେଶ୍ବରରୁ ବ୍ରହ୍ମପୁର, ଟ୍ରେଡ ୟୁନିୟନ କର୍ମୀମାନେ ଲାଲ ଝଣ୍ଡା ଧରି ଅଖଚଖ ବନ୍ଦ କରିଛନ୍ତି। ଏମିତି ବି ରାଜ୍ୟ ସରକାର ସ୍କୁଲ ବନ୍ଦ ଘୋଷଣା କରିଦେଇଥିଲେ। ଆଉ ଅନେକ ନିଜ ଆଡୁ ଜରୁରୀ କାମ ନଥିଲେ ରାସ୍ତା ଉପରକୁ ଆସିନଥିଲେ।  କିଛି ସ୍ଥାନରେ ଦୋକାନ, ବଜାର ମଧ୍ୟ ବନ୍ଦ ଥିଲା। ସମ୍ବଲପୁର, ବଲାଙ୍ଗୀର, ଭଦ୍ରକ, କେନ୍ଦ୍ରାପଡା, କନ୍ଧମାଳ, ରାଉରକେଲା, ବାଲେଶ୍ବର, ପୁରୀ, କଟକ, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ରାୟଗଡା, ନୂଆପଡା, କଳାହାଣ୍ଡିରେ ରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଥିଲା  ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଓ ସିଣ୍ଡିକେଟ ବ୍ୟାଙ୍କ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି ।  ବିଭିନ୍ନ ସ୍ଥାନରେ ୫ଶହରୁ ଅଧିକ ଆନ୍ଦୋନଳକାରୀଙ୍କୁ ଅଟକ ରଖିଥିଲା ପୋଲିସ ।

ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରୁଥିବାରୁ ବନ୍ଦ ପାଳରେ ଛାତ୍ର, ଯୁବ କଂଗ୍ରେସର କର୍ମୀ ସାମିଲ ହୋଇଥିଲେ । ମାଷ୍ଟର କ୍ୟାଣ୍ଟିନ ଛକରୁ କଂଗ୍ରେସର ବରିଷ୍ଠ ନେତାମାନେ ଶୋଭାଯାତ୍ରାରେ ବାହାରି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ।ସେପଟେ ବିଜେପି  କହିଛି କଂଗ୍ରେସ ବାମପନ୍ଥୀଙ୍କ ବନ୍ଦ ଡାକରା ବିଫଳ ହୋଇଛି। ଆଉ ବିଜେଡି ବନ୍ଦକୁ ସମର୍ଥନ ନଥିଲା କି ବିରୋଧ ବି ନଥିଲା।

ବନ୍ଦ ୨୪ ଘଣ୍ଟିଆ ଦିଆଯାଇଛି। ତେଣୁ ଆସନ୍ତାକାଲି ସକଳା ୬ଟା ଯାଏଁ ଡାକରା ବଳବତ୍ତର ରହିଥିବା ବେଳେ ସଂଧ୍ୟା ପୂର୍ବରୁ ସାଧାରଣ ଯାତାୟତ ସ୍ବାଭାବିକ ହୋଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.