ଦେଶରେ ବଢ଼ି ପାରେ ଅଟା ଓ ଡାଲି ଦର, ଜାଣନ୍ତୁ କାହିଁକି?

Published By : Prameya-News7 Bureau | December 02, 2023 IST

ନୂଆଦିଲ୍ଲୀ ୨।୧୨:ଅନ୍ତର୍ଜାତୀୟ ବଜାରରେ ଚାଉଳ ଏବେ ୧୫ ବର୍ଷର ଉଚ୍ଚତମ ସ୍ତରକୁ ପହଞ୍ଚିଛି। ଅନ୍ୟପଟେ ଦେଶରେ ସ୍ଥାନୀୟ ସ୍ତରରେ  ଅଟୋ ଓ ଡାଲି ଦର ବଢିବା ଆରମ୍ଭ କରିଛି। ଏହାର ମୁଖ୍ୟକାରଣ ଡାଲି ଓ ଗହମର କମ୍ ଉତ୍ପାଦନ ବୋଲି ଏବେ କୁହାଯାଉଛି, ଯାହା ଆଗକୁ ମଧ୍ୟ ଅଧିକ ମହଙ୍ଗା ହୋଇପାରେ ବୋଲି ଏବେଠୁ ଆକଳନ କରାଗଲାଣି। କାରଣ ଚଳିତବର୍ଷ ଗହମ ଚାଷ ଅଞ୍ଚଳ ୫ ପ୍ରତିଶତ କମିଛି। ସେହିପରି ଡାଲି ବୁଣା ମଧ୍ୟ ୮ ପ୍ରତିଶତ କମ୍‌ ହୋଇଥିବା ଜଣାପଡିଲାଣି।

ତେବେ ସରକାରଙ୍କ ଆକଳନ ବର୍ଷା ହେବା ପରେ ଏହି ଅଭାବ ଦୂର ହୋଇପାରେ। ଯଦି ଏହା ସମ୍ଭବ ନ ହେଲା ତେବେ ଆଗାମୀ ସମୟରେ ଦେଶରେ ଅଟା ଓ ଡାଲି ମହଙ୍ଗା ହେବା ନିଶ୍ଚିତ ତାହା ଏବେଠାରୁ ଆକଳନ କରାଗଲାଣି। ଯେଉଁଥି ପାଇଁ ଦେଶରେ ମୁଦ୍ରାସ୍ପିତି ମଧ୍ୟ ବଢିବ ବୋଲି ଅନୁମାନ କରାଯାଉଛି। ସୂତ୍ର ଅନୁସାରେ ଦେଶରେ ଗହମ ଓ ଡାଲି ବୁଣାରେ ଗୁରୁତର ହ୍ରାସ ଦେଖାଯାଇଛି। ବର୍ଷା ଅଭାବ ଓ ସ୍ୱଳ୍ପ ବର୍ଷା ଯୋଗୁ ଚାଷୀ ଅଧିକ ଜମିରେ ଡାଲି ଓ ଗହମ ଚାଷ କରି ନାହାନ୍ତି। ଫଳରେ ଗହମ ୫ ପ୍ରତିଶତ କମ୍‌ ଜମିରେ ବୁଣାଯାଇଥିବା ବେଳେ ଡାଲି ବୁଣା ୮ ପ୍ରତିଶତ ହ୍ରାସ ହୋଇଛି।

{"id":877750,"sizeSlug":"full","linkDestination":"none"}

ଚଳିତବର୍ଷ ଏ ପର୍ଯ୍ୟନ୍ତ ଦେଶର ୧୪୧ ଲକ୍ଷ ହେକ୍ଟରରେ ଗହମ ଚାଷ ହୋଇଛି, ଯାହା ଗତବର୍ଷ ସମାନ ଅବଧିରେ ୧୪୯ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିଲା। ପାଣିପାଗ ଭଲ ଥିଲା ଏଣୁ ଚାଷୀ ଅଧିକ ଜମିରେ ଗହମ ଚାଷ କରିଥିଲେ। ସେହିପରି ଦେଶର ୯୪୦ ଲକ୍ଷ ହେକ୍ଟର ଜମିରେ ଚଳିତବର୍ଷ ଡାଲି ଚାଷ ହୋଇଛି। ଗତବର୍ଷ ସମାନ ଅବଧିରେ ଏହି ଚାଷର ପରିମାଣ ୧୦୩ ଲକ୍ଷ ହେକ୍ଟର ଥିଲା। ଏହାର ଅର୍ଥ ଚଳିତବର୍ଷ ଡାଲି ଅମଳ ହ୍ରାସ ହେବ।

ଅନ୍ୟପଟେ ଦେଶରେ ଏପର୍ଯ୍ୟନ୍ତ ଉଭୟ ଫସଲ ନିମନ୍ତେ ଆବଶ୍ୟକ ବର୍ଷାରେ ଅଭାବ ଦେଖାଯାଇଛି। ସରକାରଙ୍କ ଆଶା ବର୍ଷା ଅମଳ ହ୍ରାସ ଆଶଙ୍କାକୁ ଦୂର କରିବ। ତେବେ ବିଶେଷଜ୍ଞଙ୍କ ଅନୁସାରେ ଏବେ ଏହି ଆଶା ବହୁତ କ୍ଷୀଣ। ଯଦି ଅମଳ ବୃଦ୍ଧି ନ ହେଲା ତେବେ ଚଳିତବର୍ଷ ଦେଶରେ ଅଟା ଓ ଡାଲି ମହଙ୍ଗା ହେବ ବୋଲି ଆକଳନ କରାଗଲାଣି। ନିକଟ ଅତୀତରେ ଟମାଟୋ ଓ ତା ପଛକୁ ପିଆଜ ମୂଲ୍ୟ ବୃଦ୍ଧି ଲୋକଙ୍କୁ ସମସ୍ୟାରେ ପକାଇଥିଲା। ଏଥିରେ ଯଦି ଉତ୍ତମ ବର୍ଷା ନ ହେଲା ଆଗକୁ ଅଟା ଓ ଡାଲି ସାଙ୍ଗରେ ଏହି ଦୁଇ ଫସଲ ଯେ ନ କନ୍ଦାଇବ ତାହା ଏବେଠୁ କହି ହେବ ନାହିଁ।

ପାର୍ବଣ ଋତୁ ପରେ ବଜାର ଶୁନସାନ୍, ଚାହିଦା ଠପ, ଫଶି ରହିଛି ବ୍ୟବସାୟୀଙ୍କ କୋଟି କୋଟି ଟଙ୍କାର ମାଲ୍   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.