କରୋନା ପରେ ଦେଶରେ ବଢୁଥିବା ହୃଦଘାତ ମାମଲାକୁ ନେଇ ଚିନ୍ତା, ଡାକ୍ତରଙ୍କୁ ଦିଆଯାଉଛି ବୈଜ୍ଞାନିକ ପ୍ରଶିକ୍ଷଣ
3/12/2022 at 5:34 PM

ଦରଭଙ୍ଗା୩।୧୨: କରୋନା ଭାଇରସ ମହାମାରୀ ପ୍ରକୋପ ଆଉ ଦେଶରେ ନାହିଁ। ତେବେ କରୋନା କାଳ ପରେ ବଢୁଥିବା ହୃଦଘାତ ହାର କେବଳ ଡରାଇବା ଭଳି ନୁହେଁ ବରଂ ଡାକ୍ତରଙ୍କୁ ବି ଚିନ୍ତାରେ ପକାଇଛି। ଏଥିରେ ବିହାର ଦରଭଙ୍ଗା ମେଡିକାଲ କଲେଜରେ ୪୫ ଜଣ ଡାକ୍ତରଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ୩ ଦିବସୀୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବାହାରୁ ଆସିଥିବା ବିଶେଷଜ୍ଞ ଡାକ୍ତର ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।
ତେବେ ଏହି ଟ୍ରନିଂର ସବୁଠୁ ଯାହା ଖାସ କଥା ତାହା ହେଉଛି ଏଥିରେ ହୃଦଘାତରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଡାକ୍ତରଙ୍କୁ ବୈଜ୍ଞାନିକ ପ୍ରଶିକ୍ଷଣ ଦିଆଯିବା ସହ ପ୍ରାଥମିକ ଉପଚାର ଲାଗି ହସ୍ପିଟାଲ ପହଞ୍ଚାଇବାର ଉପାୟ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ସାର୍ଟିଫିକେଟ୍ କୋର୍ସ ପୁରା ହେବା ପରେ ଡାକ୍ତରମାନେ ପୋଲିସ, ଟ୍ରାଫିକ ପୋଲିସ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସହ ଅଟୋ ଚାଳକଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିବେ। ଏହା ଦ୍ୱାରେ କେଉଁଠାରେ ବି କେତେବେଳେ ଲୋକଙ୍କୁ ହୃଦଘାତ ପଡିବା ସହ ତତ୍କାଳ ଲୋକଙ୍କୁ ପ୍ରାଥମିକ ଉପଚାର ମିଳିପାରିବ।

ବନାରସ ୟୁନିଭର୍ସିଟିରୁ ଦରଭଙ୍ଗା ମେଡିକାଲ କଲେଜକୁ ପ୍ରଶିକ୍ଷଣ ଦେବାକୁ ଆସିଥିବା ଡାକ୍ତର ରାଜେଶ କୁମାର ମିନା କହିଛନ୍ତି ଯେ ଯଦି ସାଧାରଣ ଲୋକେ ଏହାକୁ ଶିଖିଯିବେ ତେବେ ହୃଦଘାତରେ ହେଉଥିବା ୯୦ ପ୍ରତିଶତ ମୃତ୍ୟୁକୁ ନିୟନ୍ତ୍ରିତ କରାଯାଇପାରିବ। ସେ କହିଛନ୍ତି ଯେ କରୋନା ଯୋଗୁ ଲୋକଙ୍କ ଧମନୀ କେବଳ ଦୁର୍ବଳ ହୋଇନି ବରଂ ସଙ୍କୁଚିତ ମଧ୍ୟ ହୋଇଛି। ଏଣୁ ଲୋକଙ୍କୁ ଷ୍ଟ୍ରୋକ ହେଉଥିବା ବେଳେ ସେମାନେ ବେହୋସ ହୋଇପଡୁଛନ୍ତି।
ଏପରି ପରିସ୍ଥିତିରେ ଯଦି ଉପସ୍ଥିତ ଲୋକେ ରୋଗୀର ଚେଷ୍ଟକୁ ପମ୍ପ କରିବା ସହିତ ସିପିଆର କ୍ରିୟାରେ ରୋଗୀଙ୍କ ମୁହଁରେ ନିଶ୍ୱାସ ଦିଆଯାଇପାରିବ ତେବେ ଲୋକଙ୍କ ପ୍ରାଣ ରକ୍ଷା ହୋଇପାରିବ। ବର୍ତ୍ତମାନ ହେଉଥିବା ଘଟଣାକୁ ଦେଖି ଡାକ୍ତରଙ୍କ ସହିତ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ ପଡିବ। ଏଥିରେ ରୋଗୀଙ୍କ ଚେଷ୍ଟକୁ ପମ୍ପ କରି ୨୫ ପ୍ରତିଶତ ପର୍ଯ୍ୟନ୍ତ ହୃଦଘାତକୁ ରୋକା ଯାଇପାରିବ ବୋଲି ଦରଭଙ୍ଗା ମେଡିକାଲ କଲେଜର ଡାକ୍ତର ଦାମୋଦର ସିଂହ କହିଛନ୍ତି।