ଆଉ ଚାଲିବନି କମ୍ପାନିଙ୍କ ଏକଚାଟିଆ ନୀତି, ସବୁ ସ୍ମାର୍ଟଫୋନ ପାଇଁ କେବଳ ଗୋଟିଏ ଚାର୍ଜର, EUର ନୂଆ ନିୟମ

Published By : Prameya-News7 Bureau | October 04, 2022 IST

ନୂଆଦିଲ୍ଲୀ: ଚାର୍ଜରକୁ ନେଇ ମୋବାଇଲ କମ୍ପାନି ଗୁଡିକର ଏକଚାଟିଆ ଶେଷ ହେବାକୁ ଯାଉଛି । ବର୍ତ୍ତମାନ ସମୟରେ ଭାରତରେ ନୁହେଁ, କିନ୍ତୁ ୟୁରୋପରେ ଏବେ ମୋବାଇଲ କମ୍ପାନି ଗୁଡିକୁ ସମସ୍ତ ଷ୍ଟାଣ୍ଡାର୍ଡ ଫୋନ ପାଇଁ ସିଙ୍ଗଲ ଚାର୍ଜର ନିୟମ ପାଳନ କରିବାକୁ ପଡିବ । ନୂଆ ନିୟମ ଅନୁସାରେ, USB-C ଟାଇପ୍ ଚାର୍ଜର ସବୁ ମୋବାଇଲ ଫୋନ ପାଇଁ କମନ ଚାର୍ଜର ହେବ।

୨୦୨୪ ମସିହା ଶେଷ ବେଳକୁ ସମସ୍ତ ନୂଆ ସ୍ମାର୍ଟ ଫୋନ, ଟାବଲଏଡ ଏବଂ କ୍ୟାମେରାରେ USB-C ଚାର୍ଜିଂ ପୋର୍ଟ ଦିଆଯିବ । ଏହାକୁ ନେଇ ୟରୋପିଆନ ୟୁନିୟନ ପାର୍ଲିଆମେଣ୍ଟରେ ଏକ ନିୟମ ପାରିତ ହୋଇଛି । କମନ ଚାର୍ଜର ସପକ୍ଷରେ ୬୦୨ ଭୋଟ ହୋଇଛି, ଅନ୍ୟପଟେ ଏହା ବିରୋଧରେ ମାତ୍ର ୧୩ ଜଣ ଭୋଟ କରିଥିଲେ।

ତେବେ ଏହି ନିୟମର ସବୁଠୁ ବଡ଼ ପ୍ରଭାବ ଆପଲ ଉପରେ ଦେଖିବାକୁ ମିଳିଛି । ଆପଲ ଏହି କମନ ଚାର୍ଜର ନିୟମର ବିରୋଧ କରି ଆସୁଛି । କମ୍ପାନି ବର୍ତ୍ତମାନ ଲାଇଟନିଙ୍ଗ ପୋର୍ଟର ବ୍ୟବହାର କରୁଛି । USB-C ପୋର୍ଟକୁ ବର୍ତ୍ତମାନ ସମୟରେ ଅଧିକାଂଶ ମୋବାଇଲ କମ୍ପାନି ଚାର୍ଜର ଭାବେ ଯୋଗାଇଥାନ୍ତି।

ଏହି ପ୍ରସଙ୍ଗକୁ ନେଇ ଭାରତରେ ଆଲୋଚନା ଜାରି ରହିଛି । ଭାରତରେ ପ୍ରଥମ ପୋର୍ଟ USB-C ହେବ, କିନ୍ତୁ ଦ୍ୱିତୀୟ ପୋର୍ଟ ପାଇଁ ବର୍ତ୍ତମାନ ସମୟରେ କୌଣସି ସୂଚନା ସାମନାକୁ ଆସିନାହିଁ । ତେବେ ଏହି ନିୟମ ପରେ ଆପଲ କେଉଁ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ନିୟମ ପାଳନ ନ କଲେ କମ୍ପାନି ୟୁରୋପରେ ନିଜର ଉତ୍ପାଦ ବିକ୍ରି କରିପାରିବ ନାହିଁ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.