ଜାତିସିନା ବାସନ୍ଦ କଲା ପ୍ରେମ କଲାନି ବାସନ୍ଦ,ପରସ୍ପରକୁ ବିବାହ କରିପାରିଲେନି ବୋଲି ଗଛରେ ଦେଇଦେଲେ ଫାଶୀ

Published By : Prameya-News7 Bureau | January 13, 2019 IST

ଜାମସେଦପୁର ୧୩/୧-ଜାତି ସିନା ବାସନ୍ଦ କଲା କିନ୍ତୁ ପ୍ରେମ ବାସନ୍ଦ କଲାନି । ଯୁବକ ଯୁବତୀ ଥିଲେ ଦୁହେଁ ଅଲଗା ଜାତିର । କେହି କାହାକୁ ପ୍ରେମରେ ଛାଡ଼ିପାରିଲେନି ବୋଲି ଝୁଲିପଡ଼ିଲେ ଗଛ ଡ଼ାଳରେ ।

{"id":73661,"width":584,"height":438}

ସିନେମାର ଏହି କାହାଣୀ ପରି ଘଟଣା ଘଟିଛି ଜାମସେଦପୁରରେ । ପୂର୍ବ ସିଂହପୁର ଘାଟଶିଲା ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା  । ହାଇସ୍କୁଲରେ ପଢ଼ୁଥିବା ସମୟରେ ଉଭୟ ଉଭୟଙ୍କୁ ଭଲ ପାଉଥିଲେ । କେହି କାହାକୁ ଛାଡ଼ିବାକୁ ନାରାଜ ଥିଲେ । ଏହି ଭଲ ପାଇବାରେ ଛାତ୍ରୀଜଣକ ଏତେ ପାଗଳ ହୋଇଯାଇଥିଲେ ଘରଛାଡ଼ି ଛାତ୍ରଙ୍କ ଘରକୁ ଚାଲିଯାଇଥିଲେ  । ସେଠାରେ ୬/୭ ଦିନ ମଧ୍ୟ ରହିଥିଲେ । କିନ୍ତୁ ଛାତ୍ରଙ୍କ ପରିବାର ଲୋକ ଏହି ବିବାହକୁ ବିରୋଧ କରୁଥିଲେ । ତେଣୁ ଛାତ୍ରୀ ନିଜଘରକୁ ଫେରିଆସିଥିଲେ ।

{"id":73662}

ଛାତ୍ରୀଜଣକ ଘରକୁ ଫେରି ଆସିଲେ ମଧ୍ୟ ବିବାହ କରିବାର ନିଶା କମି ନଥିଲା । ସେମାନେ ଲୁଚାଛପାରେ ମିଳାମିଶା କରୁଥିଲେ । ଘଟଣା ଘଟିବାଦିନ ସେମାନେ ଲୁଚି ନଈକୂଳରେ କଥାହେଉଥିବା କଥା ସେହି ଅଂଚଳର ଲୋକ ଦେଖିଥିବା କଥା ପ୍ରକାଶ କରିଛନ୍ତି ।

ସେମାନେ ସେଦିନ ରାତିରେ ଘରକୁ ଫରି ନଥିଲେ ବୋଲି ଉଭୟଙ୍କ ପରିବାର ଲୋକ ପ୍ରକାଶ କରିଛନ୍ତି । ତା ପରଦିନ ଦୁଇଜଣଙ୍କ ଶବ ଆମ୍ବଗଛରେ ଝୁଲୁଥିବା ଦେଖି ପୋଲିସକୁ ସ୍ଥାନୀୟ ଲୋକ ଖବର ଦେଇଥିଲେ । ସେମାନେ ଶାଢ଼ୀଦ୍ଵାରା ଗଛରେ ଫାଶୀ ଦେଇଥିବା କଥା ଥାନାଧୀକାରୀ ପ୍ରକାଶ କରିଛନ୍ତି । ପୋଲିସ ଅପମୃତ୍ୟୁ  ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.