ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ରାଜଧାନୀରେ ପୋଲିସ୍‌ର ଧରପଗଡ, ରଙ୍ଗ ଦୋକାନରୁ ଜବତ କଲା କେମିକାଲ ଅପମିଶ୍ରିତ ରଙ୍ଗ

7/03/2023 at 10:15 PM

ବାରଙ୍ଗ: ଚାରିଆଡ଼େ ଧରପଗଡ। ଭେଜାଲ ରଙ୍ଗ ପାଇଁ ଲୋକେ ଆତଙ୍କିତ ଥିବା ବେଳେ ପୁଲିସ୍ ପ୍ରଶାସନ ପକ୍ଷରୁ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ବେଆଇନ୍ ରଙ୍ଗ ଦୋକାନ ଆଉ କେମିକାଲ ତଥା ଅପମିଶ୍ରିତ ରଙ୍ଗ ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ସ୍ପେଶାଲ୍ ଡ୍ରାଇଭ୍।

ରାତି ପାହିଲେ ହୋଲି ପର୍ବ। ଏଥିପାଇଁ ରାଜଧାନୀର ବିଭିନ୍ନ ଜାଗାରେ  ରଙ୍ଗ ଦୋକାନ ମାଳମାଳ ହୋଇ ଖୋଲିଛି। ବିଶେଷ କରି ୟୁନିଟ୍ ୱାନ୍, ସହିଦ୍ ନଗର, ଇନ୍ଦ୍ରଧନୁ ମାର୍କେଟ ଏବଂ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଓ ଶୈଳଶ୍ରୀ ବିହାର ଛକରେ ଖୋଲିଛି ଏକାଧିକ ହୋଲି ଷ୍ଟଲ୍।  ଲୋକମାନଙ୍କ ମଧ୍ୟରେ ହର୍ବାଲ କଳରକୁ ନେଇ ଡିମାଣ୍ଡ। ସମସ୍ତେ ଖୋଜୁଛନ୍ତି ହର୍ବାଲ ରଙ୍ଗ। କିନ୍ତୁ କିଛି ଅସାଧୁ ବ୍ୟବସାୟୀମାନେ ପୁରୁଣା ଷ୍ଟକ୍ ଏବଂ ଅପମିଶ୍ରିତ ରଙ୍ଗ ସାଙ୍ଗକୁ କେମିକାଲ ରଙ୍ଗ ବିକ୍ରି କରୁଥିବା କଥା ସାମ୍ନାକୁ ଆସିଛି।

ଏନେଇ ଗତକାଲି ଚନ୍ଦ୍ରଶେଖରପୁର ଥାନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ହୋଇଥିଲା ଚଢ଼ାଉ। ବିନା ଲାଇସେନ୍ସରେ ରଙ୍ଗ ଦୋକାନ କରିଥିବା ବ୍ୟବସାୟୀଙ୍କ ଠାରୁ  ସ୍ଥାନୀୟ ପୁଲିସ୍ ଦ୍ଵାରା କଟା ଯାଇଥିଲା ଫାଇନ୍। ଅପମିଶ୍ରିତ ରଙ୍ଗ କଥା ସାମ୍ନାକୁ ଆସିବା ପରେ ଆଜି ସକାଳୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ କମିଶନରେଟ୍ ପୁଲିସର ମିଳିତରେ ସହରର ସମସ୍ତ ରଙ୍ଗ ଦୋକାନରେ ଚଢ଼ାଉ ଚାଲିଛି। ଚଢ଼ାଉ ବେଳେ ବହୁ ସଂଖ୍ୟକ ରଙ୍ଗ ଦୋକାନୀ ଲାଇସେନ୍ସ କରି ନଥିବା ବେଳେ ଅପମିଶ୍ରିତ ତଥା କେମିକାଲ ରଙ୍ଗ ରଖିଥିବା ଜଣା ପଡ଼ିଥିଲା। ବିଶେଷ କରି ଚନ୍ଦ୍ରଶେଖରପୁର ସ୍ଥିତ ଡମଣା ଶୈଳଶ୍ରୀ ବିହାର ଏବଂ ନୟାପଲ୍ଲୀ ସ୍ଥିତ ଆଇ.ଆର୍.ସି. ଭିଳେଜ୍ ଅଞ୍ଚଳରୁ  କେମିକାଲ ରଙ୍ଗ ଜବତ୍ କରାଯିବା ସହ  କଟା ହୋଇଛି ଚାଲାଣ।

ସେପଟେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ କମିଶନରେଟ୍ ପୋଲିସ୍ ଅଧିକାରୀଙ୍କ କହିବା ଅନୁଯାୟୀ ଲୋକେ ସତର୍କ ଅଛନ୍ତି ଏବଂ କେମିକାଲ ରଙ୍ଗ ବଦଳରେ ହର୍ବାଲ ରଙ୍ଗ ପସନ୍ଦ କରୁଛନ୍ତି। କିନ୍ତୁ କିଛି ଦୋକାନୀ ବେଆଇନ୍ ଭାବେ ଅପମିଶ୍ରିତ ମୁଣ୍ଡ ଫଟା ଓ କେମିକାଲ ସ୍ପ୍ରେ ରଙ୍ଗ ବିକ୍ରି କରୁଛନ୍ତି। ସେମାନଙ୍କ ଠାରୁ କେମିକାଲ ରଙ୍ଗ ସାମଗ୍ରୀ ଜବତ କରି ସ୍ଥାନୀୟ ଥାନା ଅଧିକାରୀଙ୍କୁ ଅବଗତ କରାଯିବା ସହ ଫାଇନ କଟା ଯାଇଛି। ଆଜି ଏବଂ ଆସନ୍ତା କାଲି ମଧ୍ୟ ଏହି ଡ୍ରାଇଭ୍ ଚାଲିବା ସହିତ ଯଦି  କେହି ଏପରି କରନ୍ତି ତେବେ ସେହି ରଙ୍ଗ ଦୋକାନୀଙ୍କ ବିପକ୍ଷରେ ଆଇନ୍ ଅନୁଯାୟୀ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପକ୍ଷେ ରଙ୍ଗ ଦୋକାନକୁ ଆସୁଥିବା ଗ୍ରାହକ ମାନେ ମଧ୍ୟ ସଚେତନ ଥିବା ପରିଲିଖିତ ହୋଇଛି। ସ୍ଥାନୀୟ ଗ୍ରାହକଙ୍କ କହିବା ଅନୁସାରେ ବଜାର ରେ ଅନେକ ପ୍ରକାରର ଭେଜାଲ ରଙ୍ଗ ମିଳୁଛି। ସେନେଇ ସରକାର ଏବଂ ପୁଲିସ୍ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ବିଭିନ୍ନ ସ୍କିନ ପ୍ରୋବଲମ୍ ରୁ ଦୂରରେ ରହିବା ଲାଗି ଲୋକମାନେ ମଧ୍ୟ କେବଳ ଟ୍ରାଡିସନାଲ୍ ଫଗୁ ରଙ୍ଗରେ ହୋଲି ଖେଳିବାକୁ ମନସ୍ଥ କରିଛନ୍ତି।ନିରାପଦ ହୋଲି ଖେଳ ପାଇଁ ସରକାରଙ୍କ ସତର୍କତା ଏବଂ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପରେ କିପରି ଗ୍ରହଣ କରିବେ ରଙ୍ଗ ବ୍ୟବସାୟୀ ଆସନ୍ତା କାଲି ଜଣାପଡ଼ିବ।

   Related Posts