ପାର୍ବଣ ପୂର୍ବରୁ କଟକରେ ଏନକାଉଣ୍ଟର, ଅପରାଧୀ ମଙ୍ଗୁର ଗୋଡରେ ବାଜିଛି ଗୁଳି

Published By : Prameya-News7 Bureau | September 16, 2023 IST

କଟକ ୧୬।୦୯ : ପାର୍ବଣ ପୂର୍ବରୁ କଟକରେ ଏନକାଉଣ୍ଟର । କନ୍ଦରପୁର ଡକାୟତି ଘଟଣାରେ ମଙ୍ଗୁ ମହାରଣାକୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ। ମଙ୍ଗୁର ଗୋଡରେ ଗୁଳି ବାଜିଛି । କନ୍ଦରପୁର ଥାନା ପୁଲିସ ସଦର ଥାନା ନଦୀବନ୍ଧ ରାସ୍ତାର ଉତ୍ତମାପୁର ତୋଟାସାହିରେ ମଙ୍ଗୁକୁ ଏନକାଉଣ୍ଟର କରିଛି।

{"id":845084,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ୨୦୧୮ ମସିହାରେ ମଧ୍ୟ ତାକୁ ସଦର ଥାନା ପୁଲିସ ଏନକାଉଣ୍ଟର କରିଥିଲା। ସେ କନ୍ଦରପୁର ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି ମାଡ଼ ଓ ଲୁଟ୍ ମାମଲାରେ ସମ୍ପୃକ୍ତ ଥିବା ନେଇ ପୁଲିସ ନିକଟରେ ପ୍ରମାଣ ରହିଛି। ତାକୁ ଏନକାଉଣ୍ଟର କରିବା ପରେ ତା’ ନିକଟରୁ ବନ୍ଧୁକ, ଗୁଳି, ମୋବାଇଲ୍ ଫୋନ୍ ଇତ୍ୟାଦି ଜବତ କରାଯାଇଛି। ଚଢ଼ାଉ ହେଉଥିବା ଜାଣି ମଙ୍ଗୁକୁ ପୁଲିସକୁ ଗୁଳି ମାରି ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସ ପାଲଟା ଗୁଳି ଚଳାଇଥିଲା। ମଙ୍ଗୁର ବାମ ଗୋଡ଼ରେ ଗୋଟିଏ ରାଉଣ୍ଡ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗୁ ବିରୋଧରେ ତିର୍ତ୍ତୋଲ, ରଘୁନାଥପୁର, କନ୍ଦରପୁର, କଟକ ସଦର, ବିରିଡ଼ି, କାମାକ୍ଷାନଗର ଥାନାରେ ୧୧ରୁ ଅଧିକ ମାମଲା ରହିଛି।

wp:embed {"url":"https://www.prameyanews7.com/ravindra-jadeja-completed-200-wickets-in-one-day-internationals-during-indias-asia-cup-super-4-match-against-bangladesh-in-colombo/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ravindra-jadeja-completed-200-wickets-in-one-day-internationals-during-indias-asia-cup-super-4-match-against-bangladesh-in-colombo/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.