ପଦ୍ମକେଶରୀପୁର ଗାଁରେ ପହଞ୍ଚିଲା ପୋଲିସ, ଶାନ୍ତି କମିଟି ବୈଠକରେ ଉପସ୍ଥିତ ରହିବାକୁ କରୁଛି ଅନୁରୋଧ

Published By : Prameya-News7 Bureau | November 18, 2023 IST

ଭୁବନେଶ୍ବର ୧୮।୧୧: ଭୁବନେଶ୍ବର ଉପକଣ୍ଠ ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣାକୁ ନେଇ ନାନା ହଟଚମଟ ପରେ ଗାଁରେ ପହଞ୍ଚିଲା କମିଶନରେଟ୍ ପୋଲିସ । ଏକ ଶାନ୍ତି କମିଟି ଗଠନ କରି ସମସ୍ତଙ୍କୁ ଏକାଠି କରିବାକୁ ଘର ଘର ବୁଲି ଲୋକଙ୍କୁ ଡାକୁଛି ପୋଲିସ । ଶାନ୍ତି କମିଟିରେ ଦୁଇ ସାହିର ମୁରବୀ ଏବଂ ଯେଉଁମାନଙ୍କର କ୍ଷତି ଘଟିଛି ସେମାନଙ୍କୁ ଉପସ୍ଥିତ ରହିବାକୁ ପୋଲିସ ଅନୁରୋଧ କରୁଛି । ଉଭୟ ସାହିର ମୁରବୀ ଏହି ବୈଠକରେ ଯୋଗ ଦେଉଛନ୍ତି ।

{"id":871340,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୬ ତାରିଖ ବିଳମ୍ବିତ ରାତିରେ ଶତାଧିକ ଲୋକେ ଖଣ୍ଡା, ଟାଙ୍ଗିଆ, ଠେଙ୍ଗାବାଡିରେ ଆକ୍ରମଣ କରିବା ସହ କାଚ ବୋତଲ ଫୋପାଡିଥିଲେ । ଫଳରେ ପଦ୍ମକେଶରୀପୁରର ୭ ନମ୍ବର ୱାର୍ଡର ଲୋକେ ଗୁରୁତର ଆହତ ହୋଇଥିବା ବେଳେ ୩ ନମ୍ବର ୱାର୍ଡ ଲୋକେ ମଧ୍ୟ ଆହତ ହୋଇଥିବା ଜଣାପଡିଥିଲା । ଏସବୁ ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଯାଇଥିବା ଜୋନ୍ ୫ ଏସିପି, ସହିଦନଗର ଥାନା, ମଞ୍ଚେଶ୍ୱର ଥାନା ପୋଲିସ ସମେତ ଗୋଟିଏ ପ୍ଲାଟୁନ୍ ଫୋର୍ସ ଉପସ୍ଥିତିରେ ବୁଝାସୁଝା କରିବା ସମୟରେ ପଥରବାଜି ହୋଇଥିଲା । ଦୁଇ ଗୋଷ୍ଠୀ ରାତି ତମାମ ଆତଙ୍କ ଖେଳାଇଥିଲେ । ଏଥିରେ ଏକାଧିକ ପୋଲିସ ଆହତ ହୋଇଥିଲେ । ଶେଷରେ ଫୁଟାଇଥିଲେ ହାତ ତିଆରି ସୁତୁଲି ବାଣ । ଏହାପରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ ଆରମ୍ଭ ହୋଇଥିବା ବେଳେ ଦୁଇ ଥାନାର ଥାନା ଅଧିକାରୀ ଓ ଜୋନ୍ ଏସିପି ଲୋକଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କରିଥିଲେ ।

wp:embed {"url":"https://www.prameyanews7.com/more-than-70-women-of-padmakesharipur-village-detained-by-police/","type":"wp-embed","providerNameSlug":"prameya-news-7"}
https://www.prameyanews7.com/more-than-70-women-of-padmakesharipur-village-detained-by-police/
/wp:embed {"id":871339,"sizeSlug":"full","linkDestination":"none"}

ସରପଞ୍ଚ ନିର୍ବାଚନ ସମୟରୁ ଆରମ୍ଭ ହୋଇଥିଲା ଏହି ବିବାଦ । ପାଖାପାଖି ଦୁଇ ବର୍ଷ ହେବ ଠିକ୍ ଠାକ୍ ଚାଲିଥିବା ବେଳେ ଦୁଇ ମାସ ହେବ ବଢ଼ିଛି ତିକ୍ତତା । ତିକ୍ତତା ଓ ଚାପା ଉତ୍ତେଜନା ଯୋଗୁ ଗଣ୍ଡଗୋଳ ପରେ ଉଭୟ ପକ୍ଷରୁ ୧୬ ଜଣ ଗିରଫ ହୋଇଥିଲେ । ଉଭୟ ପକ୍ଷରୁ ୫୦ରୁ ଅଧିକଙ୍କୁ ଥାନାରେ ଅଟକ ରଖିଥିଲା ମଞ୍ଚେଶ୍ୱର ପୋଲିସ । ପଦ୍ମକେଶରୀପୁର ଅଞ୍ଚଳରେ ପୁରା ପୋଲିସ ଛାଉଣୀ କରାଯାଇଥିଲା । ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୭୭ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗାଁ ହୋଇଥିଲା ପୁରୁଷ ଶୂନ୍ୟ । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିଲାଲା ସଙ୍ଗୀନ ଦଫା । ଦଙ୍ଗା କରିବା, ମରଣାନ୍ତକ ଦଫା, ଘର ଭାଙ୍ଗିବା ଭଳି ସଙ୍ଗୀନ ଦଫାରେ ଗିରଫ ହୋଇଥିଲେ ।  ୧୪୭, ୧୪୮, ୩୨୩, ୩୨୪, ୩୩୬, ୩୩୭, ୪୨୭, ୩୦୭, ୫୦୬, ୧୪୯, ୩୪ ଆଇପିସିରେ ୭୦ ଜଣଙ୍କୁ ଗିରଫ କରିଥିଲା ପୋଲିସ । ପରେ ଗୋଷ୍ଠୀ ସଂଘର୍ଷ ମାମଲାରେ ମହିଳାଙ୍କୁ ଉଠାଇ ନେଇଥିଲା ମଞ୍ଚେଶ୍ୱର ଥାନା ପୋଲିସ । ୭୦ରୁ ଅଧିକ ମହିଳାଙ୍କୁ ପୋଲିସ ଉଠାଇନେଇଥିଲା ।

wp:embed {"url":"https://www.prameyanews7.com/total-77-persons-of-padmakesharipur-arrested-from-both-parties/","type":"wp-embed","providerNameSlug":"prameya-news-7"}
https://www.prameyanews7.com/total-77-persons-of-padmakesharipur-arrested-from-both-parties/
/wp:embed {"id":871341,"sizeSlug":"full","linkDestination":"none"}

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଦ୍ମକେଶରୀପୁର ଗ୍ରାମର ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ ଉଭୟ ପକ୍ଷରୁ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ । ତେବେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଧାରା ୧୪୪ ଜାରି ହୋଇଥିଲା । ଏପିରିକି ପୁରା ଅଞ୍ଚଳରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଏହାପରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ ଭୁବନେଶ୍ୱର ଡିସିପି । ପୂର୍ବରୁ ସେପ୍ଟେମ୍ବର ୧୧ରେ ଘଟିଥିଲା ଆଉ ଏକ ଗୋଷ୍ଠୀ ସଂଘର୍ଷ । ପୂର୍ବ ମାମଲାରେ ମଧ୍ୟ ୧୨ ଜଣଙ୍କୁ ଗିରଫ କରିଥିଲା ମଞ୍ଚେଶ୍ୱର ପୋଲିସ ।

You Can Read :

wp:embed {"url":"https://www.prameyanews7.com/irregularities-allegation-in-daringbadi-horticulture-department/","type":"wp-embed","providerNameSlug":"prameya-news-7"}
https://www.prameyanews7.com/irregularities-allegation-in-daringbadi-horticulture-department/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.