Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅନ୍‌ଲାଇନରେ କାମ ଦେବା ନାଁ​ରେ ଲୁଟିଥିଲେ, ୪ ଅଭିଯୁକ୍ତଙ୍କୁ ଧରିଲା କମିଶନରେଟ ପୋଲିସ୍‌

31/05/2023 at 11:10 PM

ଭୁବନେଶ୍ବର, ୩୧/୦୫: ଘରେ ବସି ରୋଜଗାର ଦେବା ବାହାନାରେ ଲୋକଙ୍କୁ ଠକୁଥିଲେ। ଆଉ ଏବେ ପୋଲିସ୍‌ ହାବୁଡ଼ରେ ଧରାପଡ଼ିଲେ। ଅନଲାଇନରେ କାମ ଦେବା ନାଁରେ ଠକୁଥିବା ଚାରି ସାଇବର ଠକଙ୍କୁ କମିଶନରେଟ ଧରିବାରେ ସଫଳ ହୋଇଛି। ଏମାନେ ଘରୁ କାମକରି ଟଙ୍କା ରୋଜଗାରର ପ୍ରଲୋଭନ ଦେଖାଇ ଲୋକଙ୍କୁ ଲୁଟୁଥିଲେ।

ଏହି ଚାରି ସାଇବର ଠକଙ୍କୁ ବାଲେଶ୍ଵର ଓ ଭଦ୍ରକରୁ ଗିରଫ କରିଛି ସାଇବର ଥାନା ପୋଲିସ। ଏମାନଙ୍କ ମଧ୍ୟରେ ବାଲେଶ୍ବରରୁ ମୁଖ୍ୟ ଅଭିଯୁକ୍ତ ବିଜନ ପଣ୍ଡା, ଆକ୍ସିସ ବ୍ୟାଙ୍କ ମ୍ୟାନେଜର ସୁନିଲ ଦାସ, ସପନ ଦଲେଇ ଏବଂ ଭଦ୍ରକର ବିବେକନନ୍ଦ ମାଲିକକୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ଚିନ୍ତାମଣିସ୍ଵର ଅଞ୍ଚଳରେ ରହୁଥିବା ପ୍ରମୋଦ ସାହୁ ନାମକ ଜଣେ ଯୁବକଙ୍କୁ ଘରେ ବସି ରୋଜଗାର କରିବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିଥିଲେ।

ଆହୁରି ପଢ଼ନ୍ତୁ: ଅଭୟକାନ୍ତ ପାଠକଙ୍କ ଘରେ ଇଡି ଚଢ଼ଉ; ୬୬ଲକ୍ଷ ଟଙ୍କାର ସମ୍ପତ୍ତି ଜବତ

ଏମାନେ ପ୍ରଥମେ ପ୍ରମୋଦଙ୍କୁ ୧୦୦୦ ଟଙ୍କା ଉପରେ ୨ ହଜାର ଟଙ୍କା ଏବଂ ପରେ ୫୦ ହଜାର ବଦଳରେ ୬୦ ହଜାର ଦେଇ ବିଶ୍ବାସ ଜିତିଥିଲେ। କିନ୍ତୁ ଏହାପରେ ସାଇବର ଠକମାନେ ପ୍ରମୋଦଙ୍କ ଆକାଉଣ୍ଟରୁ ୧୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ତେବେ ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ପଞ୍ଝାରେ ଜୁନିୟର ଆକାଉଣ୍ଟାଣ୍ଟ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ

   Related Posts