ବାଲିଯାତ୍ରା ପାଇଁ କମିସନରେଟ୍ ପୋଲିସର ରୋଡ୍ ମ୍ୟାପ୍ : ସୁରକ୍ଷା ଦାୟିତ୍ୱରେ ୩ ଶହ ଅଧିକାରୀ, ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ

Published By : Prameya-News7 Bureau | November 12, 2024 IST

କଟକ ୧୨।୧୧: ଆଉ ଦୁଇ ଦିନ ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରାକୁ ସୁରୁଖୁରରେ ଶେଷ କରିବା ପାଇଁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରିଛି କମିସନରେଟ ପୋଲିସ । ବାଲିଯାତ୍ରା ପାଇଁ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ବାଲିଯାତ୍ରା ଡ୍ୟୁଟିରେ ରହିବେ ତିନି ଶହରୁ ଉର୍ଦ୍ଧ୍ବ ଅଫିସରଙ୍କ ସହ ମୁତୟନ ହେବେ ୭୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ । ଏଥି ସହ ଉଭୟ ତଳ ଓ ଉପର ବାଲିଯାତ୍ରା ପଡିଆରେ  ୨୭ଟି ଏଡ୍ ପୋଷ୍ଟ ଶହ ରହିବ ପାଞ୍ଚଟି ୱାଚ ଟାୱାର ରହିବ ବୋଲି କହିଛନ୍ତି ଡିସିପି । ଚେନ ଲୁଟେରା ଓ ପକେଟ୍ ମାରଙ୍କ ପ୍ରତି ନଜର ରଖିବା ପାଇଁ ସାଧା ପୋଷାକରେ ମୁତୟନ ହେବେ ପୋଲିସ ଅଧିକାରୀ ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା

। ବାଲିଯାତ୍ରାକୁ ପ୍ରତ୍ୟେକ ଦିନ ଆସିବେ ଲକ୍ଷ ଲକ୍ଷ ଲୋକ ଏଥି ଶହ ବୁଧବାର, ଶୁକ୍ରବାର, ରବିବାର ଅଧିକ ଲୋକଙ୍କ ସମାଗମ ହୋଇଥାଏ । ସେଥିପାଇଁ ମଧ୍ୟ ପୋଲିସ ବନ୍ଦୋବସ୍ତ କରାଯାଇଛି । ବିଶେଷ କରି ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ତିନୋଟି ପାର୍କିଂ ସ୍ଥାନ କରାଯାଇଛି । ମାରିଟାଇମ୍ ମ୍ୟୁଜିୟମ୍‌, ବୋସ୍ ଇଞ୍ଜିନିୟରିଂ କଲେଜ, ସମ୍ମୁଖ ନଦୀ ପଠା ଓ କୃଷକ ବଜାରରେ କରାଯାଇଛି ଏହି ନୂତନ ପାର୍କିଂ ସ୍ଥାନ । ଭୁବନେଶ୍ୱର ପଟୁ ନେତାଜୀ ସେତୁ ଦେଇ ଆସୁଥିବା ଲୋକେ କୃଷକ ବଜାର ସହ ସେହି ରାସ୍ତା ରେ ହୋଇଥିବା ବିଭିନ୍ନ ପାର୍କିଂ ସ୍ଥାନରେ ଗାଡ଼ି ରଖି ପାରିବେ । ମଧୁ ସେତୁ ଦେଇ ଆଠଗଡ଼, ଢେଙ୍କାନାଳ ପଟୁ ଆସୁଥିବା ଲୋକେ ଭୁଆସୁଣୀ ପଠା ଓ ଅନ୍ୟ ପାର୍କିଂ ସ୍ଥାନରେ ଗାଡ଼ି ରଖିପାରିବେ । ଚୌଦ୍ୱାର ଓ ଯୋବ୍ରା ପଟୁ ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକେ ମାରିଟାଇମ୍ ମ୍ୟୁଜିୟମ୍ ଓ ବୋଷ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ ହୋଇଥିବା ପାର୍କିଂ ସ୍ଥାନରେ ଗାଡ଼ି ରଖି ପାରିବେ। ତେବେ କିଭଳି ଜନ ସାଧାରଣ ଆସି ସୁରୁଖୁରରେ ବାଲିଯାତ୍ରା ବୁଲି ଫେରି ପାରିବେ ସେଥିପାଇଁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଡିସିପି ।

You Can Read:

  • odisha
  • OdishaNews
  • Baliyatra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.