oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ବାବୁଶାନ୍-ପ୍ରକୃତିଙ୍କୁ କମିଶନରେଟ୍ ପୋଲିସର ନୋଟିସ୍, ଥାନାକୁ ଆସି ପକ୍ଷ ରଖିବାକୁ ନିର୍ଦ୍ଦେଶ

24/07/2022 at 10:18 AM

ଭୁବନେଶ୍ୱର ୨୪।୦୭: ରାଜରାସ୍ତାରେ ଷ୍ଟାର କଳି ଘଟଣାରେ ଆକ୍ସନ ।  ବାବୁସାନ ଓ ପ୍ରକୃତିଙ୍କୁ ପୋଲିସର ନୋଟିସ । ଫୋନ ଯୋଗେ ଉଭୟଙ୍କୁ ନୋଟିସ କଲା କମିସନରେଟ ପୋଲିସ । ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଉଭୟଙ୍କୁ ଅବଗତ କରିଛି ପୋଲିସ । ସେପଟେ ମନ୍ମଥ ମିଶ୍ରଙ୍କ ଅଭିଯୋଗ ପରେ ଲଳିତ ଶତପଥୀଙ୍କୁ ନୋଟିସ କରିଥିଲା ପୋଲିସ । ଆଉ ଏବେ ଲଳିତଙ୍କୁ ପଚରାଉଚରା କରିଛି ଖାରବେଳ ନଗର ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳ ସମୟରେ ପ୍ରକୃତିଙ୍କ ସହ ବାବୁଶାନ ଗାଡ଼ିରେ ଯିବା ବେଳେ ମାଡ଼ ମାରିଲେ ପତ୍ନୀ।  ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଥିବା କହି ପ୍ରକୃତିଙ୍କ ଚୁଟି ଟଣା ଓଟରା କରି ମାରିଥିଲେ। ବାବୁଶାନଙ୍କ ସହ ସଂପର୍କ ଖରାପ ପାଇଁ ପ୍ରକୃତି ଦାୟୀ ବୋଲି କହିଥିଲେ।  ରାସ୍ତା ମଝିରେ  ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ ପତ୍ନୀ। ବାବୁଶାନ୍ ପ୍ରତିବାଦ କରିଥିବାରୁ, କାର୍ ରୁ ଟାଣି ଆଣି ତାଙ୍କୁ ବି ମାଡ଼ ମାରିଥିଲେ ପତ୍ନୀ।

ତେବେ ରାଜଧାନୀର ରାଜରାସ୍ତାରେ ଏପରି ଘଟଣା ଘଟିବା ପରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ଖାରବେଳ ନଗର ଥାନାରେ ଲଳିତ ଶତପଥୀଙ୍କ ନାଁରେ ଅଭିଯୋଗ କରିଥିଲେ । ଏହାର କିଛି ସମୟ ପରେ ବାବୁସାନ୍‌ଙ୍କ ମାଆ ତଥା ଅଭିନେତ୍ରୀ ଅପରାଜିତ ମହାନ୍ତି ଓ ତାଙ୍କ ବୋହୂ ତୃପ୍ତି ଯାଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉଭୟ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି । ଆଉ ଏବେ ବାବୁସାନ ଓ ପ୍ରକୃତିଙ୍କୁ ଫୋନ୍‌ ଯୋଗେ ନୋଟିସ୍‌ ଜାରି କରିଛି । ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଉଭୟଙ୍କୁ ଅବଗତ କରିଛି କମିଶନରେଟ୍ ପୋଲିସ ।

   Related Posts