ବିନା ଇନଭଏସରେ ଚାଲାଣ ହେଉଛି ସୁନା ଓ ରୁପା, ଜୁଏଲାରୀ ଦୋକାନରେ ଚଢ଼ାଉ କଲା କମର୍ସିଆଲ ଟ୍ୟାକ୍ସ ବିଭାଗ

Published By : Prameya-News7 Bureau | October 04, 2021 IST

ରାଉରକେଲା, ୦୪।୧୦: ରାଉରକେଲା ସହରକୁ କଲିକତା ଓ ବମ୍ବେ ସମେତ ରାଜ୍ୟ ବାହାରର ଅନ୍ୟାନ୍ୟ ଅଞ୍ଚଳରୁ ବିନା ଇନଭଏସରେ ସୁନା ଓ ରୁପା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ରାଉରକେଲା କମର୍ସିଆଲ ଟ୍ୟାକ୍ସ ବିଭାଗ ପକ୍ଷରୁ ସହରର ଅଳଙ୍କାର ଦୋକାନ ମାନଙ୍କରେ ଆଜିଠାରୁ ଚଢ଼ାଉ ଆରମ୍ଭ ହୋଇଛି ।

ସହରର ବିଭିନ୍ନ ଅଳଙ୍କାର ଦୋକାନ ମାନଙ୍କରେ ଚଢ଼ାଉ କରି ଯାଞ୍ଚ ପାଇଁ ଦୁଇଟି ୪ଜଣିଆ ଟିମ୍ ଗଠନ କରାଯାଇ ଚଢ଼ାଉ ଆରମ୍ଭ ହୋଇଛି। ସମ୍ବଲପୁର କମର୍ସିଆଲ ଟ୍ୟାକ୍ସ ଜଏଣ୍ଟ କମିଶନରଙ୍କ ନିର୍ଦ୍ଦେଶରେ ଏହି ଚଢାଉ କରି ଜୁଏଲାରୀ ଦୋକାନର କ୍ରୟ ଓ ବିକ୍ରୟର ସମସ୍ତ କାଗଜପତ୍ର ଯାଞ୍ଚ କରାଯାଉଥିବା ରାଉରକେଲା କମର୍ସିଆଲ ଟ୍ୟାକ୍ସ ଅଧିକାରୀ ସଂଗ୍ରାମ କେଶରୀ ସାହୁ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.