ନୂଆଦିଲ୍ଲୀ ୭।୭: କମର୍ସିଆଲ ଏଲପିଜି ଗ୍ୟାସ୍ ସିଲିଣ୍ଡର ପିଛା ଦର ରବିବାର ୩୦ରୁ ୩୧ ଟଙ୍କା ଶସ୍ତା ହୋଇଯାଇଛି। ଏହି ମୂଲ୍ୟ ହ୍ରାସ ବ୍ୟବସାୟୀକ ଗ୍ୟାସ ଉପଭୋକ୍ତାଙ୍କୁ ଆଶ୍ୱସ୍ତ କରିବ। ବ୍ୟବସାୟୀକ ବ୍ୟବହାର ନିମନ୍ତେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ହୋଇଥିଲେ ହେଁ ଡୋମେଷ୍ଟିକ୍ ସିଲିଣ୍ଡର ପିଛା ଦର ଅପରିବର୍ତ୍ତିତ ରହିଛି। ଏଣୁ ଘରୋଇ ଉପଭୋକ୍ତାମାନେ ପୂର୍ବରୁ ଯେଉଁ ଦରରେ ଗ୍ୟାସ୍ ସିଲିଣ୍ଡର କ୍ରୟ କରୁଥିଲେ ଏବେବି ସେହି ଦରରେ କ୍ରୟ କରିବେ।
କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ଦର ହ୍ରାସ ପରେ ଦିଲ୍ଲୀରେ ପ୍ରତି ୧୯ କେଜି ଏଲପିଜି ବଟଲ ଦର ୧,୬୪୬ ଟଙ୍କାରେ ମିଳୁଛି। ସେହିପରି ମୁମ୍ବାଇରେ ଏହି ଦର ୧,୫୯୮ ଟଙ୍କା ହୋଇଥିବା ବେଳେ କୋଲକାତାରେ ୧,୭୫୬ ଟଙ୍କା ଓ ଚେନ୍ନାଇରେ ୧,୮୦୯.୫୦ ପଇସାରେ ଉପଲବ୍ଧ ହେଉଛି। ତେବେ ଡେମେଷ୍ଟିକ୍ ଗ୍ୟାସ ସିଲିଣ୍ଡର ପିଛା ଦର ଦିଲ୍ଲୀରେ ୮୦୩ ଟଙ୍କା, ମୁମ୍ବାଇରେ ୮୦୨ ଟଙ୍କା, କୋଲକାତାରେ ୮୨୯ ଟଙ୍କା ଓ ଚେନ୍ନାଇରେ ୮୧୮ ଟଙ୍କା ଦରରେ ସ୍ଥିର ରହିଛି।
ଏଲପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛାର ଦର ୩୦ରୁ ୩୧ ଟଙ୍କା ହ୍ରାସ ହୋଟେଲ ବ୍ୟାବସାୟୀ ଓ ରେଷ୍ଟୁରାଣ୍ଟ ମାନଙ୍କୁ ବେଶେ ସୁହାଇବ। ସେହପରି ଡୋମେଷ୍ଟିକ୍ ଗ୍ୟାସ ଦର ସ୍ଥିର ରହିବା ଘରୋଇ ଉପଯୋଗ କର୍ତ୍ତାଙ୍କ ନିମନ୍ତେ ଆଶ୍ୱସ୍ତିର ସଂକେତ। ଯଦି ଆପଣ ଏଲପିଜି ଗ୍ୟାସ୍ ସିଲିଣ୍ଡର କିଣିବାକୁ ଚାହୁଁଥାନ୍ତି ତେବେ ଅଧିକ ଖର୍ଚ୍ଚରୁ ବଞ୍ଚିବା ପାଇଁ ନୂଆ ଦର ଯାଞ୍ଚ କରି ନିଅନ୍ତୁ।