ଅକ୍ଟୋବର ୩୧ରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

Published By : Prameya-News7 Bureau | October 28, 2022 IST

ଜୟପୁର ୨୮/୧୦: ଆସନ୍ତା ୩୧ ତାରିଖରୁ ଜୟପୁରରୁ-ଭୁବନେଶ୍ବର ବିମାନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ଇଣ୍ଡିଆ ଓ୍ବାନ୍ ଏୟାର ଟିକଟ ବୁକିଂ ଆରମ୍ଭ କରିଛି। ଏନେଇ କମ୍ପାନୀ ଟୁଇଟ କରି ସୂଚନା ଦେଇଛି। ମାତ୍ର ୯୯୯ ଟଙ୍କା ଟିକେଟରେ ଯାତ୍ରୀମାନେ ଭୁବନେଶ୍ୱରରୁ ଜୟପୁର ଯାତ୍ରା କରି ପାରିବେ। ଏହି ଅଫର୍ ସୀମିତ ସମୟ ଉପଲବ୍ଧ ହେବ ବୋଲି ବୋଲି କମ୍ପାନୀସୂଚନା ଦେଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅନୁମତି ପରେ ଜୟପୁରରେ ଥିବା ବିମାନ ବନ୍ଦର ରାଜ୍ୟର ତୃତୀୟ ବିମାନ ବନ୍ଦର ଭାବେ ପରିଚିତ ହୋଇଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.