ମାର୍ଚ୍ଚ ପହିଲାରୁ ମହଙ୍ଗା ମାଡ଼, ୨୫ ଟଙ୍କା ବଢିଲା କମର୍ସିଆଲ LPG ସିଲିଣ୍ଡର ମୂଲ୍ୟ

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭରୁ ମହଙ୍ଗା ହୋଇଛି ଏଲପିଜି ସିଲିଣ୍ଡର ଦର । ଅୟଲ ମାର୍କେଟିଂ କମ୍ପାନିଗୁଡିକ ଶୁକ୍ରବାର ଏଲପିଜିରୁ ଆରମ୍ଭ କରି ଏଟିଏଫ ଯାଏ ନୂଆ ମୂଲ୍ୟ ସ୍ଥିର କରିଛନ୍ତି । ଆଜିଠାରୁ ଦିଲ୍ଲୀ ଏବଂ ମୁମ୍ୱାଇରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା ମହଙ୍ଗା ହୋଇଛି । କୋଲକାତାରେ ୨୪ ଟଙ୍କା ଏବଂ ଚେନ୍ନାଇରେ ୨୩.୫୦ ଟଙ୍କା ବଢିଛି ।

ଏଲପିଜି ମୂଲ୍ୟ ବୃଦ୍ଧି ସାରା ଦେଶରେ ହୋଇଛି । ତେବେ ଏହି ରେଟ୍ କେବଳ ୧୯ କେଜି କମର୍ସିଆଲ ସିଲିଣ୍ଡରରେ ବଢିବ । ଗତ ମାସରେ ବଜେଟ୍ ଦିନ ଅର୍ଥାତ୍ ଫେବ୍ରୁଆରୀ ୧ରେ ୧୪ ଟଙ୍କା ବଢିଥିଲା । ଆଇଓସିଏଲ ୱେବସାଇଟରେ ପରିବର୍ଦ୍ଧିତ ରେଟ୍ ଜାରି କରାଯାଇଛି ।

ପଢନ୍ତୁ: ରୁଷ ଉପରେ ଆମେରିକାର ପ୍ରତିବନ୍ଧକ, ଶସ୍ତାରେ ତେଲ କିଣା ହୋଇପାରେ ଭାରତ ପାଇଁ ମୁସ୍କିଲ

୧୪.୨ କିଲୋ ଓଜନର ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଗତ ଅଗଷ୍ଟ ମାସରୁ ଏହାର ମୂଲ୍ୟ ସ୍ଥିର ରହିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ରୋଷେଇ ସିଲିଣ୍ଡରର ମୂଲ୍ୟ ୯୦୩ ଟଙ୍କା ରହିଛି । ସେହିପରି ମୁମ୍ୱାଇରେ ୯୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୧୮.୫୦ ଟଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.