ଭୁବନେଶ୍ଵର ୩୦।୧୦: ଓଡ଼ିଶାର ୩ଟି ଜିଲ୍ଲାର ୯ଟି ସ୍ଥାନରେ କମିବ ପେଟ୍ରୋଲ ଓ ଡିଜେଲ ଦର । ଏନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସରେ ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା ମୁତାବକ, ଓଡ଼ିଶାର ୯ଟି ସ୍ଥାନର ଉପଭୋକ୍ତାମାନେ ବିଶେଷ ଭାବେ ଉପକୃତ ହେବେ । ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଏହି ଫାଇଦା ମିଳିବ । ଏନେଇ ଆଜି ସୋସିଆଲ ମିଡିଆ Xରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଓଡ଼ିଶାର କୁନନପାଲି, କାଲିମେଳା, ଗନ୍ଧିପାଲି, ନନ୍ଦପୁର, ମାଳିପୁଟ, ରାମଗିରି, ବଡ଼ସାଗର, ଝରିଗାଁରେ ୩ଟଙ୍କାରୁ ୪ଟଙ୍କା ୬୯ ପଇସା ଯାଏଁ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ହୋଇଛି ।