ଅର୍ଣ୍ଣବଙ୍କୁ ନେଇ କମେଡି ଭିଡିଓ: ଶୁଣନ୍ତୁ କିଏ କଣ କାହାକୁ କହୁଛି ଏବଂ କିଏ କଣ ମାଗୁଛି

Published By : Prameya-News7 Bureau | August 29, 2020 IST

ଭୁବନେଶ୍ଵର ୨୯।୦୮: ସାମାଜିକ ଗଣମାଧ୍ୟମ ପ୍ଲାର୍ଟଫମ ଟ୍ଵିଟରରେ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ନେଇ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ସାଲୋନି ଗୌର ନାମରେ ଥିବା ଟ୍ଵିଟର ଆକାଉଣ୍ଟରରେ ଏହି ମଜାଳିଆ ଭିଡିଓଟି ଭାଇରାଲ ହୋଇଛି। ଭିଡିଓରେ ଦେଶୀ ମାମା ଅର୍ଣ୍ଣବଙ୍କୁ ପଚାରୁଛନ୍ତି, ହାଏ ଅର୍ଣ୍ଣବ ବେଟା କଣ ନେବ ଚା, କଫି, ଥଣ୍ଡା। ଉତ୍ତରରେ ଅର୍ଣ୍ଣବ ଚିତ୍କାର କରି କହୁଛନ୍ତି ମୋତେ ଡ୍ରଗ୍ସ ଦିଅ, ମୋତେ ଡ୍ରଗ୍ସ ଦିଅ, ମୋତେ ଡ୍ରଗ୍ସ ଦିଅ। ମୋ ପାଇଁ ଘର ଜଳାଅ, ଚରସ ଆଣ, ଅଫିମ ଆଣ ଆଦି କହୁଥିବା ଶୁଣିବାକୁ ମିଳୁଛି। ଏଥିରେ କ୍ରୋଧିତ ହୋଇ ଦେଶୀ ମା କହୁଛନ୍ତି ଏହି ସେଡିକୁ ଘରୁ ବାହାର କର।

wp:html /wp:html

ମଜାଳିଆ ଢଙ୍ଗରେ ଏଡିଟ୍  ହୋଇଥିବା ଏହି ୧୨ ସେକେଣ୍ଡର ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି। ଭିଡିଓକୁ ୧୭  ହଜାର ୫୦୦ ଲାଇକ ମିଳି ସାରିଲାଣି। ଟ୍ଵିଟ୍‌କୁ ୩ ହଜାର ୫୦୦ ଥର ରିଟ୍ଵିଟ୍ ଓ କମେଣ୍ଟ କରାଯାଇଛି। ଅଗଷ୍ଟ ୨୯ ସନ୍ଧ୍ୟା ୫ଟା ୧୬ରେ ଏହି ଭିଡିଓକୁ ଟ୍ଵିଟ୍‌ରେ ଅପଲୋଡ୍ କରାଯାଇଛି। ଭିଡିଓକୁ ଦେଖି ଆପଣ ମଧ୍ୟ ନିଜର ହସ ରୋକି ପାରିବେ ନାହିଁ। ଦ୍ରୁତ ଗତିରେ ଏହାର ଲାଇକ୍‌ ମଧ୍ୟ ବଢିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.