ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ରାଜୁ ଶ୍ରୀବାସ୍ତବଙ୍କୁ ଆସିଲା ଜ୍ଵର, ପୁଣି ଭେଣ୍ଟିଲେଟରକୁ ସ୍ଥାନାନ୍ତର କଲେ ଡାକ୍ତର

1/09/2022 at 1:19 PM

ମୁମ୍ଵାଇ ୦୧୦୯ପୁଣି ବିଗିଡ଼ିଲା କମେଡିଆନ ତଥା ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ଵାସ୍ଥ୍ୟାବସ୍ଥା। ରାଜୁଙ୍କୁ ଆସିଲା ୧୦୦ ଡିଗ୍ରୀ ଜ୍ଵର। ସ୍ଵାସ୍ଥ୍ୟାବସ୍ଥା ବଗିଡିବାରୁ ତାଙ୍କୁ ଭେଣ୍ଟିଲେଟରକୁ ପୁଣି ଥରେ ସ୍ଥାନାନ୍ତର କରାଯାଇଛି। ତେବେ ରାଜୁ ଶ୍ରୀବାସ୍ତବଙ୍କ ହାର୍ଟ ବିଟ୍, ବିପି ଏବଂ ଅକ୍ସିଜେନ୍ ଲେବୁଲ୍ ସ୍ଥିର ରହିଛି। ତାଙ୍କ ଉପରେ ଡାକ୍ତରୀ ଟିମ୍‌ ମଧ୍ୟ ନଜର ରଖିଛନ୍ତି।

ସୂଚନାନୁଯାୟୀ, ଗତ ୨୩ ଦିନ ହେଲା ରାଜୁ ଶ୍ରୀବାସ୍ତବ ଏମ୍ସ ହସ୍ପିଟାଲ ଭର୍ତ୍ତି ହୋଇଛନ୍ତି। ତାଙ୍କର ସ୍ଵାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା। ଏଥିପାଇଁ ତାଙ୍କୁ ଭେଣ୍ଟିଲେଟରରୁ ବାହାରକୁ ଅଣାଯାଇଥିଲା। କିନ୍ତୁ ଏବେ ସ୍ଵାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି। ରାଜୁ ଶ୍ରୀବାସ୍ତବ ଏବେ ୮୦-୯୦ ପ୍ରତିଶତ ନ୍ୟାଚୁରାଲ୍‌ ଅକ୍ସିଜେନ ନେଉଛନ୍ତି।

ସୂଚନା ଥାଉକି, ୯ ଅଗଷ୍ଟରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଦିଲ୍ଲୀର ଇରୋଜ ହୋଟେଲରେ ରହିଥିଲେ। ଏହି ସମୟରେ ହୋଟଲର ଜିମ୍‌ରେ ୱାର୍କ ଆଉଟ୍‌ କରିବା ସମୟରେ ହଠାତ୍‌ ତଳେ ପଡ଼ିଯାଇଥିଲେ। ଯାହାଫଳରେ ଛାତିରେ ଯନ୍ତ୍ରଣା ଅନୂଭବ ହୋଇଥିଲା। ସେହି ସମୟରେ ତାଙ୍କୁ ତୁରନ୍ତ ଏମ୍ସରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗତ ୨୩ ଦିନ ହେବ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

   Related Posts