ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ହାସ୍ୟ କଳାକାର ପରାଗ କଂସାରାଙ୍କ ପରଲୋକ, ଭାବପ୍ରବଣ ଭିଡିଓ ସେୟାର କଲେ ସୁନୀଲ ପଲ

5/10/2022 at 6:59 PM

ନୂଆଦିଲ୍ଲୀ: ବରିଷ୍ଠ ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ଦୁଃଖକୁ ଲୋକେ ଏବେ ବି ଭୁଲି ପାରି ନାହାନ୍ତି । ଏହାରି ଭିତରେ ଆଉ ଦୁଃଖଦ ଖବର ସାମନାକୁ ଆସିଛି । ଦ ଗ୍ରେଟ୍ ଇଣ୍ଡିଆନ ଲଫ୍ଟର ଚ୍ୟାଲେଞ୍ଜ ପରି ଟିଭି ସୋ ଜରିଆରେ ନିଜ କମେଡିରେ ଦର୍ଶକଙ୍କୁ ହସାଇଥିବା ହାସ୍ୟ କଳାକାର ପରାଗ କଂସାରାଙ୍କ ନିଧନ ହୋଇଛି । ପରାଗଙ୍କ ବିୟୋଗ ଖବର ଆସିବା ପରେ ବନ୍ଧୁ ଏବଂ ପରିଜନଙ୍କ ତାଙ୍କ ପ୍ରଶଂସକ ମର୍ମାହତ ଅଛନ୍ତି । ପ୍ରସିଦ୍ଧ ହାସ୍ୟ କଳାକାର ସୁନୀଲ ପାଲ ପରାଗଙ୍କ ନିଧନ ଖବର ଦେଇଛନ୍ତି । ଏହାସହ ଏକ ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି ।  

ସୁନୀଲ ପାଲ, ପରାଗ କଂସାରାଙ୍କ ଜଣେ ଘନିଷ୍ଠ ବନ୍ଧୁ । ସୁନୀଲ ପାଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜରିଆରେ ତାଙ୍କ ବନ୍ଧୁଙ୍କ ନିଧନର ସୂଚନା ଦେଇଛନ୍ତି । ଭିଡିଓରେ ସେ ଗଭୀର ଦୁଃଖରେ ଥିବା ଦେଖାଯାଉଛନ୍ତି ।

ଭିଡିଓରେ ସୁନୀଲ କହିଛନ୍ତି, ‘କମେଡି ଦୁନିଆରୁ ଏକ ଚକିତ କଲା ପରି ଖବର ସାମନାକୁ ଆସିଛି, ପରାଜ କଂସାରା ଜୀ, ଆମ ଲାପ୍ଟର ଚ୍ୟାଲେଞ୍ଜ ସହଯୋଗୀ ଏହି ଦୁନିଆରେ ଆଉ ନାହାନ୍ତି । ସେ ସବୁ କଥାରେ ଓଲଟା ଭାବି ଆମକୁ ବେଶ ହସାଉଥିଲେ । ପରାଗ ଭାଇ ଏବେ ଏହି ଦୁନିଆରେ ନାହାନ୍ତି । କମେଡି ଦୁନିଆ ଉପରେ କେଜାଣି କାହାର ନଜର ଲାଗି ଯାଇଛି । ଆମେ କିଛି ଦିନ ତଳେ ରାଜୁ ଭାଇଙ୍କୁ ହରାଇଥିଲୁ । ଆମେ ଜଣେ ପରେ ଜଣେ କମେଡିଆନଙ୍କୁ ହରାଇବାରେ ଲାଗିଛୁ ।

ସୁନୀଲଙ୍କ ଏହି ଭିଡିଓ ପରେ ଦୁଃଖଦ ଖବର ଶୁଣି ଲୋକେ ମର୍ମାହତ । ବହୁ କଳାକାର ଏବଂ ପରାଗଙ୍କ ପ୍ରଶଂସକ ସୁନୀଲଙ୍କ ଏହି ପୋଷ୍ଟରେ ଶୋକ ବ୍ୟକ୍ତ କରି କମେଣ୍ଟ କରିଛନ୍ତି । ଗୁଜରାଟ ବଦୋଦରାର ନିବାସୀ ପରାଗ ଦୀର୍ଘ ଦିନରୁ କମେଡି ଦୁନିଆରୁ ଦୂରରେ ଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇପାରି ନାହିଁ ।

   Related Posts