ନୂଆ ଶୋ’ ସହ ଛୋଟ ପରଦାକୁ ଫେରୁଛନ୍ତି କପିଲ ଶର୍ମା

Published By : Prameya-News7 Bureau | August 30, 2018 IST

ମୁମ୍ବାଇ ୩୦।୮ : ହାସ୍ୟଅଭିନେତା କପିଲ ଶର୍ମାଙ୍କ ଫ୍ୟାନମାନଙ୍କ ପାଇଁ ଖୁସିର ଖବର ରହିଛି । ପୁଣି ଛୋଟ ପରଦାକୁ ଫେରୁଛନ୍ତି କପିଲ । ଖବର ଅନୁଯାୟୀ ଅକ୍ଟୋବର ମାସରେ ଏକ କମେଡି ଶୋ’ ମାଧ୍ୟମରେ ସେ ଛୋଟ ପରଦାକୁ ଫେରୁଛନ୍ତି । କପିଲ ଶର୍ମା ସେହି ଚ୍ୟାନେଲ ମାଧ୍ୟମରେ ଫେରୁଛନ୍ତି ଯେଉଁ ଚ୍ୟାନେଲରେ ତାଙ୍କର ଶେଷ ଶୋ’ ଥିଲା । ବର୍ତ୍ତମାନ ସେ ତାଙ୍କ ପ୍ରଯୋଜିତ ପଞ୍ଜାବୀ ଫିଲ୍ମ ‘ସନ୍ ଅଫ୍ ମଞ୍ଜିତ ସିଂହ’ ପାଇଁ ବ୍ୟସ୍ତ ରହୁଛନ୍ତି । ଏହାସହ ଏକ ନୂଆ ଶୋ’ ପାଇଁ ମଧ୍ୟ ସେ କାମ କରୁଛନ୍ତି । ସୂଚନା ଅନୁଯାୟୀ ‘କମେଡି ନାଇଟ୍ ଉଇଥ୍ କପିଲ’ର ନିର୍ଦ୍ଦେଶକ ଭରତ କୁକରେତି ହିଁ ଏହି ନୂଆ କମେଡି ଶୋ’କୁ ନିର୍ଦ୍ଦେଶନା ଦେଉଛନ୍ତି । ଏହି ଶୋ’ ସଂପୂର୍ଣ୍ଣ ଭାବେ କମେଡି ଶୋ’ ହେବ । ଏହି ନୂଆ ଶୋ’ ଅକ୍ଟୋବରରେ ଆରମ୍ଭ ହେବ । କପିଲ ଶର୍ମା ଆଗାମୀ ଦୁଇ ମାସ ଏହି ଶୋ’ ପାଇଁ ପ୍ରସ୍ତୁତି କରିବେ । ଏହାସହ ସେ ଜିମ୍ ଯାଇ ନିଜର ବଢିଯାଇଥିବା ପେଟକୁ କମ୍ କରାଇବେ । ଅକ୍ଟୋବରେ ତାଙ୍କର ପଞ୍ଜାବୀ ଫିଲ୍ମ ମଧ୍ୟ ରିଲିଜ୍ ହେବ ଏବଂ ସେ ଏହି ଫିଲ୍ମକୁ ପ୍ରମୋଶନ ମଧ୍ୟ କରିବେ । ସୂଚନା ଅନୁଯାୟୀ ଏହି ଶୋ’ରେ କପିଲଙ୍କ ପ୍ରତିଯୋଗୀ କୁହାଯାଉଥିବା କୃଷ୍ଣା ଅଭିଷେକ ଏବଂ ଭାରତୀ ସିଂହ ମଧ୍ୟ ଅଛନ୍ତି । ଏହି ତିନିଜଣ ‘କମେଡି ସର୍କସ’ ଶୋରେ ମଧ୍ୟ ଏକାଠି କାମ କରୁଥିଲେ । ଏହି ଶୋ’ ସମ୍ବନ୍ଧରେ କୌଣସି ସଠିକ୍ ସୂଚନା ଦିଆଯାଇନାହିଁ । କପିଲ ଶର୍ମାଙ୍କ ଶୋ’ ଫ୍ୟାମିଲି ଟାଇମ୍ ଉଇଥ୍ କପିଲ ୨୫ ମାର୍ଚ୍ଚରେ ଆରମ୍ଭ ହୋଇ ଏପ୍ରିଲ ୧ରେ କେବଳ ତିନି ଏପିସୋଡ ପରେ ବନ୍ଦ ହୋଇଯାଇଥିଲା । କୁହାଯାଇଥିଲା ଯେ କପିଲଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଶୋ’ ବନ୍ଦ କରାଯାଇଥିଲା । ଏହାର ୭ମାସ ପରେ ଫେରିଥିଲେ କପିଲ ଶର୍ମା ଯେତେବେଳେ ଗତବର୍ଷ ଅଗଷ୍ଟ ୨୦ରେ ‘ଦ କପିଲ ଶର୍ମା ଶୋ’ ଶୋ’ ଅଫ୍ ଇୟର ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.