ପ୍ରେମିକା ଗିନି ଚତରଥଙ୍କୁ ବିବାହ କରିବେ କମେଡି କିଙ୍ଗ୍ କପିଲ ଶର୍ମା

Published By : Prameya-News7 Bureau | October 09, 2018 IST

ମୁମ୍ବାଇ ୯|୧୦:  କମେଡି କିଙ୍ଗ୍ ଖୁବ୍ ଶୀଘ୍ର ସୁପର ହିଟ୍ ଶୋ ସହ ଛୋଟ ପରଦାକୁ ଫେରୁଛନ୍ତି । ଏହା ସହ ସେ ଖୁବ୍ ଶୀଘ୍ର ବିବାହ ମଧ୍ୟ କରିବାକୁ ଯାଉଛନ୍ତି । ଡିସେମ୍ବର ମାସରେ ସେ ପ୍ରେମିକା ଗିନି ଚତରଥଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପାଇଁ କପିଲ ଜୋରଦାର୍ ପ୍ରସ୍ତୁତି କରୁଥିବା ମଧ୍ୟ ଜଣାପଡିଛି । ରିପୋର୍ଟ ଅନୁସାରେ କପିଲଙ୍କ ବିବାହ ଉତ୍ସବ ପଞ୍ଜାବ ଅମୃତସରରେ ଅନୁଷ୍ଠିତ ହେବ । ବିବାହ ପରେ ମୁମ୍ବାଇ ଆସି କପିଲ ଏବଂ ଗିନି ରିସେପସନ ପାର୍ଟି ଦେବେ ବୋଲି ସୂଚନା ମିଳିଛି । କପିଲ ଗିନିଙ୍କୁ କଲେଜ ବେଳୁ ଜାଣିଛନ୍ତି । କିଛି ମାସ ପୂର୍ବରୁ ଗିନିଙ୍କ ସହ କପିଲ ତାଙ୍କ ସଂପର୍କ ସମ୍ବନ୍ଧରେ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେମିତିରେ କିଛି ସମୟ ହେବ କପିଲଙ୍କ ସହ କିଛି ଭଲ ହେଉନାହିଁ । ତାଙ୍କ ଶୋକୁ ଆସିଥିବା କେତେକ ସେଲିବ୍ରିଟି ଷ୍ଟାର ତାଙ୍କ ସ୍ବଭାବକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାସହ ସେ ଶାରିରୀକ ଏବଂ ମାନସିକଭାବେ ପୀଡିତ । ସହ-କଳାକାର ସୁନୀଲ ଗ୍ରୋଭରଙ୍କ ସହ ମତାନ୍ତର ହୋଇଥିଲା । ଫଳରେ କପିଲଙ୍କ ଶୋ’ ଦୁଇ ଥର ବନ୍ଦ ହୋଇଥିଲା । ତେବେ ‘ଫ୍ୟାମିଲି ଟାଇମ୍ ଉଇଥ୍ କପିଲ ଶର୍ମା’ ନାଁରେ ଆଉ ଏକ ଶୋ’ ଜରିଆରେ କପିଲ ପୁଣି ଛୋଟପରଦାକୁ ଫେରିଥିଲେ । କିନ୍ତୁ କପିଲଙ୍କ ସ୍ବାସ୍ଥ୍ୟ କରାପ ହେବା ଯୋଗୁଁ ଏହା ମଧ୍ୟ ବନ୍ଦ ହୋଇଯାଇଥିଲା । ଏହି ସମୟରେ ତାଙ୍କ ଅଭିନୀତ ଫିଲ୍ମ ‘ଫିରଙ୍ଗି’ ମଧ୍ୟ ବକ୍ସ ଅଫିସ୍ ରେ ଫ୍ଲପ୍ ହୋଇଥିଲା । କିଛି ଦିନ ପୂର୍ବରୁ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ତାଙ୍କ ଓଜନ ବହୁତ ବଢିଯାଇଥିବା ଭଲି ଲାଗୁଥିଲା । କପିଲ ପୁଣି ଥରେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଆରମ୍ଭ କରିଦେଇଥିବା ଶୁଣିବାକୁ ମିଳୁଛି । ଆଗକୁ ‘କପିଲ ଶର୍ମା’ ଶୋ’ ଜରିଆରେ ସେ କମ୍ ବ୍ୟାକ୍ କରୁଥିବା ବେଳେ ଏହା ପୂର୍ବରୁ ପ୍ରେମିକା ଗିନି ଚତରଥଙ୍କ ସହ ତାଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.