ଶିବସେନା ନେତାଙ୍କୁ ଗୁଳି ମାରିଥିବା ଅଭିଯୁକ୍ତର କାରରୁ ମିଳିଲା କମେଡିଆନ ଭାରତ ସିଂହଙ୍କ ଫଟୋ: ବଢ଼ିଲା ସସପେନ୍ସ…

Published By : Prameya-News7 Bureau | November 04, 2022 IST

ନୂଆଦିଲ୍ଲୀ, ୦୪/୧୧: ଶିବସେନା ନେତା ସୁଧୀର ସୁରୀଙ୍କ ଦିନଦ୍ବିପ୍ରହରରେ ସର୍ବସମ୍ମୁଖରେ ଗୁଳିମାରି ହତ୍ୟା କରାଯାଇଛି। ଶୁକ୍ରବାର ଅମୃତସରରେ ଧାରଣା ସମୟରେ ତାଙ୍କୁ ଗୁଳିମାରି ହତ୍ୟା କରାଯାଇଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ମାମଲା ଏବେ ଏକ ଭିନ୍ନ ମୋଡ଼ ନେଇଛି। ସୁରୀଙ୍କ ହତ୍ୟା ମାମଲାରେ ତଦନ୍ତ କରୁଥିବା ପୋଲିସ୍‌ଙ୍କୁ ଅଭିଯୁକ୍ତ ସନ୍ଦୀପ ସିଂହଙ୍କ ଗାଡ଼ିରୁ ଏକ ଫାଇଲ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ସେହି ଫାଇଲରେ କମେଡିଆନ ଭାରତି ସିଂହ ଏବଂ ଆଣ୍ଟି ଟେରରିଷ୍ଟ ଫ୍ରଣ୍ଟର ଚେୟାରମ୍ୟାନ୍ ମନିନ୍ଦର ଜିତ୍‌ ସିଂହ ବିଟ୍ଟାଙ୍କ ଫଟୋ ମିଳିଛି। ଯାହାକୁ ନେଇ ଏବେ ବଢ଼ିଛି ସସପେନ୍ସ।

ସୂଚନାଯୋଗ୍ୟ, ସୁଧୀର ସୁରୀ ଗୋପାଳ ମନ୍ଦିର ବାହାରେ ଅଳିଆଗଦାରୁ ଭଗବାନଙ୍କ ମୂର୍ତ୍ତି ମିଳିବା ଘଟଣାର ବିରୋଧ କରି ମନ୍ଦିର ବାହାରେ ଧାରଣାରେ ବସିଥିଲେ। ଦ୍ବିପ୍ରହର ପ୍ରାୟ ୩:୩୦ ରେ ଭିଡ଼ ମଧ୍ୟରୁ ସନ୍ଦୀପ ସିଂହ ତାଙ୍କ ଉପରକୁ ଗୁଳି ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋପାଳ ମନ୍ଦିର ମଜୀଠା ରୋଡଠାରେ ରହିଛି ଯାହା ଅମୃତସରର ଏକ ବ୍ୟସ୍ତବହୁଳ ସ୍ଥାନ।

ଉଲ୍ଲଖଯୋଗ୍ୟ, ୨୩ ଅକ୍ଟୋବରରେ ପଞ୍ଜାବରେ ଏସଟିଏଫ୍ ଏବଂ ଅମୃତସର ପୋଲିସ୍ ଗତ ମାସରେ ୪ ଗ୍ୟାଙ୍ଗଷ୍ଟାରଙ୍କୁ ଗିରଫ କରିଥିଲା। ଧରାପଡ଼ିଥିବା ଗ୍ୟାଙ୍ଗଷ୍ଟାର ରିନ୍ଦା ଏବଂ ଲିଣ୍ଡା ଗ୍ୟାଙ୍ଗର ଥିଲେ। ପଚରାଉଚରାରେ ସେମାନେ କହିଥିଲେ ଯେ ଶିବସେନା ନେତା ସୁଧୀର ସୁରୀଙ୍କ ଉପରେ ଆକ୍ରମଣ ନେଇ ଷଡ଼ଯନ୍ତ୍ର ରଚିଥିଲେ। ଅଭିଯୁକ୍ତ ଏହା ମଧ୍ୟ କହିଥିଲେ ଯେ ସେମାନେ ଦିପାବଳୀ ପୂର୍ବରୁ ଆକ୍ରମଣ କରିବା ନେଇ ଯୋଜନା କରିଥିଲା।

ତେବେ ଏହାପରେ ପଞ୍ଜାବ ପୋଲିସ ତାଙ୍କୁ ସୁରକ୍ଷା ଦେଇଥିଲେ। ଆକ୍ରମଣ ସମୟରେ ପଞ୍ଜାବ ଆଠ ଜଣ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ଏହାପରେ ଆକ୍ରମଣକାରୀ ପୋଲିସ ସାମ୍ନାରେ ଗୁଳି ମାରିଥିଲା। ପୋଲିସ କହିଛି ଯେ ଆକ୍ରମଣକାରୀ ଅମୃତସରର। ସେ ଜଣେ ଦୋକାନୀ । ଡିଜିପି ଗୌରବ ଯାଦବ କହିଛନ୍ତି ଯେ, ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ମାମଲା ରୁଜୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.