ମୁମ୍ବାଇ ୨୮/୧୧: କପିଲ ଶର୍ମା ସୋ’ରେ ମନୋରଞ୍ଜନର ଉତ୍ସ ପାଲଟିଥିଲେ କମେଡିଆନ୍ ଭାରତୀ ସିଂହ ।ତାଙ୍କ ତିତଲିରୁ ବୁଆ ପର୍ଯ୍ୟନ୍ତ ଆକ୍ଟିଂ ଦର୍ଶକଙ୍କ ମନରେ ଏଭଳି ଘର କରିଛି ଯେ ତାଙ୍କ ବିନା ସୋ’ ଅଧୁରା। କିନ୍ତୁ ଡ୍ରଗ୍ସ ମାମଲାରେ ଯେବେଠୁ ଛନ୍ଦି ହୋଇଛନ୍ତି ଭାରତୀ ତାଙ୍କ ଲୋକପ୍ରିୟତା ବିପଦ ଆଡ଼କୁ ଠେଲି ହୋଇଯାଇଛି। ସୋସିଆଲ୍ ମିଡିଆରେ ଭାରତୀଙ୍କୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳୁଛି।
{"id":368183,"sizeSlug":"large"}
ଡ୍ରଗ୍ସ ମାମଲାରେ ଭାରତୀ ସିଂହ ଗିରଫ ହେବା କଥାକୁ ନେଇ ଏମିତି ଆକଳନ କରାଯାଉଛି ଯେ ତାଙ୍କୁ ଏବେ କପିଲ ଶର୍ମା ସୋ’ରୁ ଆଉଟ୍ ହେବାକୁ ପଡ଼ିପାରେ । ମିଳିଥିବା ସୂଚନା ଅନୁସାରେ ସୋ’ର ନିର୍ମାତା କୌଣସି ପ୍ରକାର ବିବାଦ ଭିତରକୁ ପଶିବାକୁ ଚାହୁଁନାହାନ୍ତି। ତେବେ ‘ସ୍ପଟ୍ବୟ’ରୁ ମିଳିଥିବା ଏକ ରିପୋର୍ଟ ଅନୁସାରେ ସୋ’ ନିର୍ମାତା ଏଭଳି କିଛି ଯୋଜନା କରୁଥିବା ଜଣାପଡ଼ିଛି।
ଏହି ସୋ’ରୁ ଭାରତୀ ସିଂହଙ୍କୁ ବାହାର କରାଯାଇପାରେ। ପରିବାର ପାଇଁ କପିଲ୍ ଶର୍ମା ସୋ’ ତିଆରି କରାଯାଇଥିବା ବେଳେ ବିବାଦକୁ ପ୍ରଶୟ ଦେବାକୁ ମେକର୍ସ ଚାହୁଁନାହାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତୀ ସିଂହଙ୍କୁ ସୋ’ରୁ ବାହାର କରିଦିଆଯିବ ବୋଲି କୁହାଯାଉଛି। କିନ୍ତୁ ଭାରତୀଙ୍କୁ ସୋ’ରୁ ବାହାର କରିବା ସପକ୍ଷରେ କପିଲ ଶର୍ମା ନଥିବା ସୂଚନା ମିଳୁଛି।