କ୍ୟାନସର ପାଇଁ ନୂଆ ଔଷଧ: ୨ଟି ମିଶ୍ରଣରେ ନୂଆ ଚିକିତ୍ସା ପାଇଛନ୍ତି ଗବେଷକ

Published By : Prameya-News7 Bureau | January 25, 2020 IST

ଓ୍ବାଶିଂଟନ୨୫/୧: କ୍ୟାନସର( କର୍କଟ) ଏକ ମାରତ୍ମକ ରୋଗ। କ୍ୟାନସର ରୋଗର ସଫଳ ଚିକିତ୍ସା ପାଇଁ ଦେଶ ବି​‌ଦେଶରେ ବୈଜ୍ଞାନିକମା​‌ନେ ଗବେଷଣା ଜାରି ରଖିଛନ୍ତି। କ୍ୟାନସର ଏଭଳି ଏକ ରୋଗ ଯେଉଁଠି ଡାକ୍ତରଙ୍କ ବିଦ୍ୟା ଫେଲ୍ ମାରିଥାଏ। କିନ୍ତୁ ବୈଜ୍ଞାନିକମାନଙ୍କୁ କ୍ୟାନସର ରୋଗର ଚିକିତ୍ସା ନିମନ୍ତେ ଏକ ବଡ଼ ସଫଳତା ମିଳିଛି। ଦୁଇଟି ଔଷଧର ମିଶ୍ରଣରେ ଏପରି ଔଷଧ ପ୍ରସ୍ତୁତି ହେଉଛି ଯାହାକି କ୍ୟାନସର ସେଲ୍‌ସ (କୋଷଗୁଡିକ)ର ପ୍ରସାର ଉପରେ ଅଙ୍କୁଶ ଲଗାଇ ପାରିବ। ଗବେଷକମାନେ ଏହି ଔଷଧର ନାମକୁ ସାର୍ବଜନୀକ କରି ନାହାନ୍ତି। ଏହି ଔଷଧର ବ୍ୟବହାର କେବେଠାରୁ ହେବ​‌ ତାହାର ସୂଚନା ଦିଆଯାଇ ନାହିଁ। ଆମେରିକାର ଗବେଷକମାନେ ଏହି ଔଷଧର ପ୍ରସ୍ତୁତି କାମରେ ଲାଗିଛନ୍ତି।

କ୍ୟାନସ୍‌ର ସେଲ୍ ଜର୍ନାଲରେ ପ୍ରକାଶିତ ଖବର ଅନୁସାରେ କ୍ୟାନସର ସେଲ୍ ଖାସ କରି ଜିନ୍ ମ୍ୟୁଟେନସ୍‌କୁ ପ୍ରେରିତ କରିଥାଏ। ବୈଜ୍ଞାନିକମାନଙ୍କ ଦ୍ବାରା କ୍ୟାନସର ରୋଗର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତି ଚାଲିଛି। ଏହି ଔଷଧର ପରୀକ୍ଷା ପରେ କ୍ୟାନସର ରୋଗୀଙ୍କୁ ଦିଆଯିବ।

ଆମେରିକାର ସିମେନ୍‌ସ କ୍ୟାନସର ସେଣ୍ଟର ଗବେଷକମାନେ ଏଭଳି ଔଷଧ ପ୍ରସ୍ତୁତି କରିଛନ୍ତି। ଏହି ଔଷଧ କ୍ୟାନସର ରୋଗର ପ୍ରତିରୋଧକ କ୍ଷମତାକୁ ନିଶ୍ଚିତ ବୃଦ୍ଧି କରିବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.