କନ୍ଧମାଳ-ବୌଦ୍ଧ ସୀମାନ୍ତରେ କମ୍ବିଂ ଜୋରଦାର, ‘ଅପରେସନ୍ କ୍ଲିନ୍’ ଉପରେ ଗୁରୁତ୍ବ

Published By : Prameya-News7 Bureau | July 11, 2021 IST

ଫୁଲବାଣୀ ୧୧।୭: କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଉମା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର ହୋଇଥିଲେ । ଏହାପରେ କନ୍ଧମାଳ ଜିଲ୍ଲାରେ ଥିବା ମାଓ ଗତିବିଧି ଅଞ୍ଚଳଗୁଡିକ ଉପରେ ପୋଲିସ ସତର୍କ ଦୃଷ୍ଟି ରଖିବା ସହ ଅପରେସନ କ୍ଲିନ୍ ଉପରେ ଗୁରୁତ୍ବ ଦେଉଛି ।  କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ବାଲିଗୁଡ଼ା, କ.ନୂଆଗାଁ, ଫିରିଙ୍ଗିଆ, ଗୋଛାପଡା ଓ ଫୁଲବାଣୀ ସଦର, କୋଟଗଡ, ଦାରିଙ୍ଗବାଡି, ରାଇକିଆ ଆଦି ଥାନା ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ରହିଛି ।

{"id":478946,"sizeSlug":"large","linkDestination":"none"}

ବିଭିନ୍ନ ସମୟରେ ସୁରକ୍ଷାକର୍ମୀମାନେ ନିୟମିତ କମ୍ବିଂ ଅପରେସନ ଚଳାଇଥିଲେ ମଧ୍ୟ ମାଓବାଦୀ ବିଭିନ୍ନ ଜଙ୍ଗଲରେ କ୍ୟାମ୍ପ୍ କରି ରହିଛନ୍ତି ।  କମ୍ବିଂ ବେଳେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଆସି ପଳାଉଛନ୍ତି ।  ବିଭିନ୍ନ ସମୟରେ ପୋଲିସ କମ୍ବିଂ କରି ମାଓ କ୍ୟାମ୍ପ୍ ଧ୍ବସ୍ତ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଜିଲ୍ଲା ମାଓମୁକ୍ତ ହୋଇନାହିଁ ।  ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଦମନ କରିବା ପୋଲିସ ପାଇଁ ଏତେଟା ସହଜସାଧ୍ୟ ମନେ ହେଉନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.