LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜଷ୍ଟିମଧୁ, ମହୁ ଓ ମିଶ୍ରି ସେବନ ଦ୍ୱାରା ଦୂର ହେବ ପେଟ ଅଲସର୍: ଜାଣନ୍ତୁ ବିଧି

1/11/2020 at 4:40 PM

ଭୁବନେଶ୍ୱର ୦୧/୧୧ : ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ନିଜର ଜୀବନଶୈଳୀ ଓ ଖାଦ୍ୟପେୟ ସମ୍ବନ୍ଧୀୟ ଅଭ୍ୟାସ ପାଇଁ ଯେକୌଣସି ମସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛି। ପ୍ରତ୍ୟେକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଭିନ୍ନ ଭିନ୍ନ ଔଷଧ ରହିଛି। କିନ୍ତୁ କିଛି ରୋଗ ପାଇଁ ଆୟୁର୍ବେଦରେ ଏମିତି ସମାଧାନ ରହିଛି ଯାହା ଅତ୍ୟନ୍ତ ଲାଭଦାୟକ। ଏହି ଉପଚାର ହେଲା ଜଷ୍ଟିମଧୁ, ମହୁ ଓ ମିଶ୍ରି। ଜଷ୍ଟିମଧୁ ସାଧାରଣତଃ ଥଣ୍ଡା କାଶ ଉପଚାର ପାଇଁ ବ୍ୟବହାର କରାଯାଏ। କିନ୍ତୁ ଥଣ୍ଡା କାଶ ଭଳି ମାମୁଲି ରୋଗ ସହ ଏହା ଅନେକ ଗୁଣ ମଧ୍ୟ ରହିଛି। ଏହା ଅନ୍ୟାନ୍ୟ ବଡ ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଏ। ଜଷ୍ଟିମଧୁରେ ଔଷଧୀୟ ଗୁଣ ଓ କ୍ୟାଲସିୟମ୍, ଗ୍ଲିସରାଇକ୍ ଏସିଡ୍, ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟିବାୟୋଟିକ, ପ୍ରୋଟିନ୍ ଭରପୁର ମାତ୍ରାରେ ରହିଛି। ମହୁର ମଧ୍ୟ ଔଷଧୀୟ ଗୁଣ ରହିଛି। ମିଶ୍ରି ମଧ୍ୟ ଏକ ଭଲ ଘଟକ। ଏହି ୩ଟିର ଅଲଗା ଅଲଗା ଗୁଣ ରହିଛି। କିନ୍ତୁ ଯଦି ଏହି ୩ଟି ସାମଗ୍ରୀକୁ ମିଶାଇ ଦିଆଯାଏ ତାହେଲେ ଏହା ଏକ ଭଲ ଔଷଧ ହୋଇପାରିବ। ଜାଣନ୍ତୁ ଏହା କେଉଁ କେଉଁ ରୋଗ ପାଇଁ ଲାଭକାରୀ :

. ପେଟର ଅଲସର ଦୂର କରିଥାଏ

ଯଦି ଆପଣଙ୍କୁ ସବୁବେଳେ ଥକାପଣ ଅନୁଭୂତ ହେଉଛି ତାହାଲେ ଏକ ଗ୍ରାମ ଜଷ୍ଟିମଧୁ ଚୁର୍ଣକୁ ଏକ ଚାମଚ୍ ଘିଅ ଓ ଏକ ଚାମଚ୍ ମହୁ ସହ ଗରମ କ୍ଷୀରରେ ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଥକାପଣ ଦୂର ହେବ। ଏହାସହ ପେଟ ଅଲସର୍ ସମସ୍ୟା ପାଇଁ ମଧ୍ୟ ଏହା ଉପଯୋଗୀ। ଏ ଚାମଚ୍ ଜଷ୍ଟିମଧୁ ଚୁର୍ଣକୁ ଗୋଟିଏ ଗ୍ଲାସ କ୍ଷୀରରେ ମିଶାଇ ଦିନକୁ ୨ କିମ୍ବା ୩ଥର ସେବନ କରନ୍ତୁ | ଏହାଦ୍ୱାରା ଧୀରେ ଧୀରେ ପେଟର ଅଲସର୍ ସମସ୍ୟା ଦୂର ହେବ।

. ସ୍ତନପାନ କରାଉଥିବା ମହିଳାଙ୍କ ପାଇଁ ହିତକର

ଅଧିକାଂଶ ମହିଳାଙ୍କର ଶିଶୁ ଜନ୍ମ ପରେ କ୍ଷୀର ଉତ୍ପାଦନ ହେଉନଥିବା ସମସ୍ୟା ହୋଇଥାଏ। ଏହି ମହିଳାମାନେ ଜଷ୍ଟିମଧୁ ସେବନ କରିବା ଉଚିତ। ଏଥିପାଇଁ ଗୋଟିଏ ଗ୍ଲାସ୍ ଗରମ କ୍ଷୀରରେ ୨ ଚାମଚ୍ ଜଷ୍ଟିମଧୁ ଚୁର୍ଣ, ୩ ଚାମଚ୍ ଶତାବରୀ ପାଉଡର୍ ଓ ୨ ଗ୍ରାମ ମିଶ୍ରି ଓ ୧ ଚାମଚ୍ ମହୁ ମିଶାଇ ସେବନ କରନ୍ତୁ। ଏହା ମହିଳାଙ୍କ କ୍ଷୀର ଉତ୍ପାଦନ ବୃଦ୍ଧି କରିଥାଏ।

. ମାସିକ ଋତୁସ୍ରାବ ସମୟରେ ଲାଭଦାୟକ

ଅନିୟମିତ ଋତୁସ୍ରାବ କିମ୍ବା ଋତୁସ୍ରାବ ସମୟରେ ହେଉଥିବା ଅସହନୀୟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଜଷ୍ଟିମଧୁ ସେବନ କରିପାରିବେ। ମାସିକ ଧର୍ମ ସମୟରେ ଅଧିକ ରକ୍ତସ୍ରାବ ସମସ୍ୟାରୁ ମୁକ୍ତି ପାଇବା ପାଇଁ ୨ ଚାମଚ୍ ଜଷ୍ଟିମଧୁ ପାଉଡର ଓ ୪ ଗ୍ରାମ ମିଶ୍ରି ପାଣିରେ ମିଶାଇ ସେବନ କରନ୍ତୁ। ଏହା ସେବନ କଲେ ମାସିକ ଧର୍ମ ଯନ୍ତ୍ରଣାରୁ ଆଶ୍ବସ୍ତି ମିଳିବା ସହ ଅତ୍ୟଧିକ ରକ୍ତସ୍ରାବ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

. ହୃଦୟ ସମ୍ବନ୍ଧୀୟ ରୋଗରୁ ଲାଭଦାୟକ

ନିୟମିତ ଜଷ୍ଟିମଧୁ ସେବନ ଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ। ଏଥିପାଇଁ ୨ ଗ୍ରାମ ଜଷ୍ଟିମଧୁ ଓ ୨ ଗ୍ରାମ କୁଟକି ଚୁର୍ଣ ସହ ୪ ଗ୍ରାମ ମିଶ୍ରି ମିଶାଇ ଏକ ଗ୍ଲାସ ପାଣିରେ ମିଶାଇ ସେବନ କରନ୍ତୁ। ଏହାକୁ ଦିନକୁ ଦୁଇଥର ସେବନ କରନ୍ତୁ। ଯଦି ଆପଣଙ୍କର ହୃଦୟ ସମ୍ବନ୍ଧୀୟ ରୋଗ ଛଡା ଅନ୍ୟ କୌଣସି ରୋଗ ସମସ୍ୟା ଅଛି ତାହେଲେ ମଧ୍ୟ ଆପଣଙ୍କୁ ଲାଭ ମିଳିବ।

. ତ୍ୱଚା କେଶ ପାଇଁ ଲାଭକାରୀ

ଜଷ୍ଟିମଧୁ ତ୍ୱଚା ଓ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ। ଜଷ୍ଟିମଧୁ ଓ ଅଁଳା ପାଉଡରକୁ ପାଣିରେ ମିଶାଇ ସେବନ କଲେ ତ୍ୱଚା ସୁସ୍ଥ ହେବାସହ କେଶ ସୁଦୃଢ ହୋଇଥାଏ ଓ କେଶ ଝାଡ଼ିବା କାଂଇଥାଏ। ୫୦ ଗ୍ରାମ ଜଷ୍ଟିମଧୁରେ ୭୫୦ ଏମଏଲ ଅଁଳା ରସ ଓ ୭୫୦ ଏଲଏମ ରାଶି ତେଲ ମିଶାଇ ସପ୍ତାହକୁ ୩ଥର କେଶରେ ଲଗାଇଲେ କେଶ ଝାଡ଼ିବା କମ ହେବାସହ ଧଳା ହେବାରୁ ମଧ୍ୟ ମୁକରି ମିଳିବ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts