ପତ୍ନୀ ହତ୍ୟାକାରୀ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ ଜେଲ୍, ସ୍ତ୍ରୀଙ୍କୁ ହତ୍ୟା ପରେ ୩୦୦ ଖଣ୍ଡ କରିଥିଲେ ଡାକ୍ତର

Published By : Prameya-News7 Bureau | February 25, 2020 IST

ଭୁବନେଶ୍ବର ୨୫।୨: ସ୍ତ୍ରୀକୁ ହତ୍ୟା କରିବା ପରେ ୩ଶହ ଖଣ୍ଡ କରି ରଖିବା ମାମଲାରେ ଅଭିଯୁକ୍ତ ସ୍ବାମୀକୁ ଆଜୀବନ ଜେଲ୍ । ଅଭିଯୁକ୍ତ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଜ୍ କୋର୍ଟ । ୨୦୧୩ ମସିହାରେ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଘଟିଥିଲା ଘଟଣା ।

ସୂଚନାଯୋଗ୍ୟ ଯେ, ୨୦୧୩ ମସିହା ଜୁନ ୨୧ ତାରିଖରେ ଘଟିଥିଲା ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ । ନୟାପଲ୍ଲୀ ଅଞ୍ଚଳରେ ରହୁଥିଲେ କର୍ଣ୍ଣେଲ ସୋମନାଥ ପରିଡା ।  କର୍ଣ୍ଣେଲ ସୋମନାଥ ତଙ୍କ ସ୍ତ୍ରୀ ଉଷାଶ୍ରୀଙ୍କୁ ହତ୍ୟା କରି ୨୧ଟି ଷ୍ଟିଲ ଡବା ଓ ଦୁଇଟି ବଡ ବାକ୍ସରେ ଶରୀରକୁ କାଟି ଖଣ୍ଡ ଖଣ୍ଡ କରି ରଖିଥିଲେ । ଏପରିକି ଉଷାଶ୍ରୀ ମୁଣ୍ଡ ଭର୍ତି ଗୋଟିଏ ଟିଫିନ, ଆରି, କରତ, ୨୫ ବୋତଲ ଫିନାଇଲ, ଚଟାଣ ସଫେଇ ଏସିଡ ଜବତ କରିଥିଲା ପୋଲିସ । ସୋମନାଥଙ୍କ ଲାଏ ଡିଟେକସନ କରିଥିଲା ପୋଲିସ । ତେବେ ସୋମନାଥ ତାଙ୍କ ପତ୍ନୀଙ୍କ ହତ୍ୟା କରିନଥିବା କହିଥିଲେ । ଉଷାଶ୍ରୀ ଆତ୍ମହତ୍ୟା କରିଥିବା ସୋମନାଥ କହିଥିଲେ । ହତ୍ୟାରେ ଏକ ପିତ୍ତଳ ଟର୍ଚ୍ଚ ବ୍ୟବହାର ହୋଇଥିଲା। ଯେଉଁଥିରେ ସୋମନାଥ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ ।

{"id":229051,"sizeSlug":"large"}

ଉଷାଶ୍ରୀଙ୍କ ଡିଏନଏ, ଭେସେରା, ଖପୁରୀ ପରୀକ୍ଷା ମଧ୍ୟ କରାଯାଇଥିଲା । ସମୁଦାୟ ଘଟଣାରେ ୨୯ ଜଣଙ୍କର ସାକ୍ଷ୍ୟ ମଧ୍ୟ ଗ୍ରହଣ କରାଯାଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ନାୟକ ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡା ଘଟଣାକୁ ଚାପିବା ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ । ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ତାଙ୍କ ଘରର ସମସ୍ତ କବାଟ ଝରକା ବନ୍ଦ କରି ରଖୁଥିଲେ ।

ଏପରକି ଝିଅ ଲେଖା ପରିଡା ଫୋନ୍ କରି ତାଙ୍କ ମା’ ଉଷାଶ୍ରୀଙ୍କ ବିଷୟରେ ପଚାରିଥିଲେ । ମାତ୍ର ଉଷାଶ୍ରୀଙ୍କ ଦେହ ଖରାପ ଥିବା କହି ବାରମ୍ବାର ଝିଅର ଫୋନ୍ କାଟି ଦେଉଥିଲେ । ଯାହାକୁ ନେଇ ତାଙ୍କ ଝିଅଙ୍କର ସନ୍ଦେହ ହୋଇଥିଲା । ସେ ଏ ନେଇ ସମ୍ପର୍କୀୟଙ୍କୁ ଜଣାଇଥିଲେ । ଏହାସହ ନୟାପଲୀ ଥାନକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା ।  କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଗିରଫ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.