scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚମତ୍କାର! ଦୁର୍ଘଟଣାର ୪୦ ଦିନ ପରେ ବି ଜୀବିତ; ୪ ପିଲା ଆମାଜନ ଜଙ୍ଗଲରୁ ଉଦ୍ଧାର

10/06/2023 at 1:04 PM

ନୂଆଦିଲ୍ଲୀ: ‘ରଖେ ହରି ତ ମାରିବ କିଏ’ । ଏହି ଉକ୍ତି ପୁଣି ଥରେ ପ୍ରମାଣିତ ହୋଇଛି । ବିମାନ ଦୁର୍ଘଟଣାର ୪୦ ଦିନ ପରେ ୪ ନାବାଳକ ଜୀବତ । ଆମାଜନ ଜଙ୍ଗଲରୁ ୪ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । କଲମ୍ବିଆରେ ଏଭଳି କିଛି ଚମତ୍କାର ଘଟଣା ଦେଖିବାକୁ ମିଳିଛି ।

କୌଣସି ଭୟଙ୍କର ଦୁର୍ଘଟଣାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି ଛୋଟ ପିଲା । ଦୁର୍ଘଟଣାରେ ଶିଶୁ ବଞ୍ଚାଇବା ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଥାଏ । ଏଭଳି କିଛି ଘଟଣା କଲମ୍ବିଆର ଆମାଜନ ଜଙ୍ଗଲରେ ହୋଇଛି । ସୂଚନା ଅନୁଯାୟୀ, ମେ’ ୧ତାରିଖରେ ୭ଜଣ ଯାତ୍ରୀଙ୍କୁ ନେଇ ସେସନା-206 ବିମାନ କଲମ୍ବିଆ ଏୟାରସ୍ପେସରୁ ଉଡ଼ାଣ ଭରି ଆମାଜନ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ପାଇଲଟ୍ ସମେତ ୩ଜଣଙ୍କ ମୃତ୍ୟୁ ହୋଇଥିଲା ।  ସେମାନଙ୍କ ମୃତଦେହ ମଧ୍ୟ ଜବତ କରାଯାଇଥିଲା, ହେଲେ ୪ଜଣ ଛୋଟ ପିଲା ବିମାନ କ୍ରାସ ପରେ ନିଖୋଜ ହୋଇଯାଇଥିଲେ । ତେବେ ୪୦ ଦିନ ପରେ ଆକଷ୍ମିକ ଭାବେ ତାଙ୍କୁ ଉଦ୍ଧାର କରାଯାଇଛି ।

ନ୍ୟୁଜ୍ ଏଜେନ୍ସି AFP ରିପୋର୍ଟ ମୁତାବକ, ବିମାନ ଦୁର୍ଘଟଣା ପରେ ସେନାର ଯବାନମାନେ ୪ ନିଖୋଜ ପିଲାଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନ ଚଳାଇଥିଲେ । ଏବେ ୪ ପିଲା ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଜୀବିତ ମିଳିଛନ୍ତି । କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାବୀ ପେଟ୍ରୋ ଏନେଇ ସୂଚନା ଦେବା ସହିତ ଆମାଜନ ଜଙ୍ଗଲର କୌକ୍ବେଟା ଏବଂ ଗଓ୍ବାବିୟାର ପ୍ରାନ୍ତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା କହିଛନ୍ତି । ନିଜ ଟ୍ବିଟରରେ ପେଟ୍ରୋ ଲେଖିଛନ୍ତି, ପୂରା ଦେଶ ପାଇଁ ଖୁସିର ମୁହୂର୍ତ୍ତ । ୪୦ ଦିନ ଜଙ୍ଗଲ ଭିତରେ ତିଷ୍ଠି ରହିବା ଏହା ଏକ ବଡ଼ ଉଦାହରଣ । ଏହା ଇତିହାସ ହୋଇରହିବ । ନିଖୋଜ ହୋଇଥିବା ପିଲା ମୁଖ୍ୟତଃ ୟୁଟୋଟୋ ଆଦିମ ଆଧିବାସୀର ବୋଲି ଜଣାପଡ଼ିଛି । ସେମାନଙ୍କ ବୟସ ଯଥାକ୍ରମେ- ୧୩, ୯, ୪ ଓ ୧ ବର୍ଷ ।

କଲମ୍ବିଆ ଜଙ୍ଗାଲରୁ ୪୦ ଦିନ ପରେ ୪ ଛୋଟ ପିଲାଙ୍କୁ ଜୀବତ ଭାବେ ଉଦ୍ଧାର କରାଯାଇଛି । ସିଙ୍ଗିଲ୍ ଇଞ୍ଜିନ୍ ବିଶିଷ୍ଟ ସେସନା-206 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଆମାଜନ ଜଙ୍ଗଲରେ ଖସିପଡ଼ିଥିଲା । ସେବେ ଠାରୁ ସେମାନେ ଜଙ୍ଗଲ ଭିତରେ ଫଳମୂଳ ଖାଇ ବଞ୍ଚିଥିଲେ ।

   Related Posts