ବସ୍‌କୁ ପିଟିଲା ହାଇୱା, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

Published By : Prameya-News7 Bureau | April 21, 2024 IST

ବଣାଇ ୨୧।୪: ରାଉରକେଲାରୁ ବଡ଼ବିଲ ଯାଉଥିବା ଲିଙ୍ଗରାଜ ନାମକ ଏକ ବସ୍‌କୁ ରଜାମୁଣ୍ଡା ଆଡୁ ଆସୁଥିବା ଏକ ହାଇୱା ରଜାମୁଣ୍ଡା ବାଇ ପାସ ନିକଟରେ ଧକ୍କା ଦେଇଥିଲା । ଫଳରେ ବସ୍‌ରେ ଥିବା ପ୍ରାୟ ୩୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୫ ଜଣ ଆହତଙ୍କୁ ପ୍ରଥମେ ଲହୁଣୀପଡା ଡାକ୍ତରଖାନା ପଠାଯାଇଥିଲା । ସେଥିରୁ ଦୁଇ ଜଣ ଗୁରୁତରଙ୍କୁ ରାଉରକେଲାକୁ ପଠାଯାଇଛି । ଅନ୍ୟପଟେ ଲହୁଣୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

You Can Read :

ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.