Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଦିଲ୍ଲୀ ୟୁନିଭର୍ସିଟିରେ ସଭରକରଙ୍କ ନାମରେ ହେବ କଲେଜ୍, ବାଜପେୟୀ-ଜେଟଲୀଙ୍କ ନାମରେ ବି ଖୋଲିବ ସେଣ୍ଟର

27/08/2021 at 10:06 PM

ନୂଆଦିଲ୍ଲୀ ୨୭।୦୮: ଦିଲ୍ଲୀ ୟୁନିଭର୍ସିଟିରେ ହିନ୍ଦୁ ମହାସଭାର ନେତା ରହିଥିବା ବିନାୟକ ଦାମୋଦର ସଭରକରଙ୍କ ନାମରେ ନିର୍ମାଣ ହେବ କଲେଜ୍। ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଦିଲ୍ଲୀ ୟୁନିଭର୍ସିଟିର ଏକାଡେମିକ କାଉନସିଲ। ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ସୁଷମା ସ୍ଵରାଜ, ଅରୁଣ ଜେଟଲୀଙ୍କ ନାମରେ ମଧ୍ୟ କଲେଜ୍-ସେଣ୍ଟର୍ସ ରଖାଯିବ।

ଦିଲ୍ଲୀ  ୟୁନିଭର୍ସିଟି ଏକାଡେମିକ କାଉନସିଲ୍‌ର ବୁଧବାର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ନୂତନ ସଂସ୍ଥାର ନାମକରଣକୁ ଅନୁମୋଦନ ମିଳିଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ସୁଷମା ସ୍ଵରାଜ ଓ ଅରୁଣ ଜେଟଲୀଙ୍କ ପରି ବିଜେପିର ପ୍ରମୁଖ ନେତାଙ୍କ ନାମ ସାମିଲ୍। ସଭରକରଙ୍କ ସମେତ ବିଜେପିର ଏହି ନେତାଙ୍କ ନାମରେ କଲେଜ୍‌ର ନାମ କରଣ କରାଯିବା ଦିଲ୍ଲୀ ୟୁନିଭର୍ସିଟିର ଏହି ନିଷ୍ପତ୍ତିରେ ନୂତନ ବିବାଦ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ପରିଷଦରେ ଯେଉଁ ନାମ ଉପରେ ମୋହର ବାଜିଛି, ସେଥିରେ ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌, ଦିଲ୍ଲୀର ପ୍ରଥମ ମୁଖ୍ୟମନ୍ତ୍ରୀ ବ୍ରହ୍ମ ପ୍ରକାଶ ଓ  ପ୍ରସିଦ୍ଧ ଦଳିତ ନେତା ଜ୍ୟୋତିବା ବାଇ ଫୁଲେଙ୍କ ନାମ ମଧ୍ୟ ସାମିଲ୍। ଦିଲ୍ଲୀ  ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପିସି ଯୋଶୀ କହିଛନ୍ତି, ଯେଉଁ ନାମକୁ ମଞ୍ଜୁରୀ ମିଳିଛି, ସେମାନଙ୍କର ସମାଜରେ ଉଲ୍ଲେଖନୀୟ ଯୋଗଦାନକୁ ଦେଖି ପ୍ରସ୍ତାବିତ କରାଯାଇଥିଲା। ନିର୍ଦ୍ଧାରିତ ପ୍ରକ୍ରିୟା ଅନୁରୂପ କାଉନସିଲ୍ ଏହାର ମଞ୍ଜୁରୀ ଦେଇଥିବା ପିସି ଯୋଶୀ କହିଛନ୍ତି।

ସେ କହିଛନ୍ତି, ଦିଲ୍ଲୀରେ ଦୁଇଟି ନୂତନ କଲେଜ୍‌ ସ୍ଥାପନ ହେବ। ପ୍ରଥମ କଲେଜ୍ ଦକ୍ଷିଣ ଦିଲ୍ଲୀର  ଭାଟି ଗାଁରେ ଖୋଲିବ। ଅନ୍ୟ କଲେଜ୍‌ ବାହ୍ୟ ଦିଲ୍ଲୀର ନଜଫଗଡ ଗାଁ ନିକଟ ରୋଶନପୁରା ଗାଁରେ ଖୋଲିବ। ଏହି ଦୁଇ କଲେଜ୍ ବ୍ୟତୀତ ଚାରି ସୁବିଧା କେନ୍ଦ୍ର ମଧ୍ୟ ଖୋଲିବ। ଚାରି ନୂତନ କେନ୍ଦ୍ର ମଧ୍ୟରୁ ଦୁଇଟି ଦୁଇ ନୂତନ କଲେଜ୍‌ର କ୍ୟାମ୍ପସରେ ଖୋଲିବ।

   Related Posts