ନଦୀପଠାରୁ ଅଚେତ ଅବସ୍ଥାରେ କଲେଜ୍ ଛାତ୍ରୀ ଉଦ୍ଧାର
3/01/2023 at 8:11 PM

ସାଲେପୁର ୦୩/୦୧: ନଦୀପଠାରେ ଥିବା ପରିତ୍ୟକ୍ତ ଘରୁ ହାତଗୋଡ଼ ଓ ମୁଁହ ବନ୍ଧା ଅବସ୍ଥାରେ ନାବାଳିକା ଛାତ୍ରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏପରି ଘଟଣା କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ଚିତ୍ରତ୍ପୋଳା ନଦୀ ପଠାରେ ଦେଖିବାକୁ ମିଳିଛି। ପରେ ତାଙ୍କୁ ସ୍ଥାନୀୟ ଲୋକମାନେ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସମ୍ପୃକ୍ତ ଛାତ୍ରୀ ସାଲେପୁର କଲେଜରେ +୨ ବିଜ୍ଞାନ ବିଭାଗର ପ୍ରଥମ ବର୍ଷରେ ପଢ଼ୁଥିବା ଜଣାପଡ଼ିଛି।
ସମ୍ପୃକ୍ତା ଛାତ୍ରୀ ଜଣକ ନିୟମିତ ବସରେ ଘରୁ କଲେଜକୁ ଯିବା ଆସିବା କରନ୍ତି। ମଙ୍ଗଳବାର କଲେଜ ଛୁଟିପରେ ଛାତ୍ରୀ ଜଣଙ୍କ କିପରି ନଦୀ ପଠାକୁଗଲେ ଓ ତାଙ୍କ ହାତଗୋଡ଼ ଓ ମୁହଁ ବାନ୍ଧି କିଏ ସେଠାରେ ପକାଇଛି ସେନେଇ ଏବେ ପ୍ରଶ୍ନ ଉଠିଛି। ଅନ୍ୟପଟେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଛି। ସେପଟେ ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।