ବୟଫ୍ରେଣ୍ଡ ସାମ୍ନାରେ କଲେଜ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବାହାରକୁ ଯାଇଥିଲେ ବୁଲି

Published By : Prameya-News7 Bureau | January 14, 2023 IST

ଚେନ୍ନାଇ: ଛୁରି ଦେଖାଇ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ପୁରୁଷ ବନ୍ଧୁ ସାମ୍ନାରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରେ ଘଟିଛି। ଯୁବତୀ ଜଣଙ୍କ ଗୁରୁବାର ସନ୍ଧ୍ୟାରେ ପୁରୁଷ ବନ୍ଧୁଙ୍କ ସହ  ବାହାରକୁ ବୁଲି ଯାଇଥିଲେ। ତେବେ ଶୂନଶାନ ଅଞ୍ଚଳରେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଉଭୟ ଯୁବତୀ ଏବଂ ଯୁବକ ଗୋଟିଏ କ୍ଲାସର ବୋଲି ପୋଲିସ୍ କହିଛି।

ଶୂନଶାନ ସ୍ଥାନରେ ଯୁବକ ଏବଂ ଯୁବତୀଙ୍କୁ ଦେଖି ଦୁଇ ଜଣ ମାସ୍କ ପିନ୍ଧା ମଦ୍ୟପ  ଯୁବକ ଉପରେ ଆକ୍ରମଣ କରିଥିଲେ। ପରେ ଆଉ ଚାରି ଜଣ ସେଠାକୁ ଆସିଥିଲେ।ଅଭିଯୁକ୍ତମାନେ ଛୁରି ଦେଖାଇ ଯୁବତୀଙ୍କୁ ଭୟଭୀତ କରି ଏକ ଅନ୍ଧାରୁଆ ସ୍ଥାନକୁ ଟେକି ନେଇଥିଲେ। ଏହା ପରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ ପୋଲିସ୍ ଅଧିକାରୀ କହିଛନ୍ତି।

ଘଟଣାରେ ପାଞ୍ଚ ଜଣ ଗିରଫ ହୋଇଥିବା ବେଳେ ଷଷ୍ଠ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଲାସି ଚଳାଇଛି। ଛଅ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଯୌନ ନିର୍ଯ୍ୟାତନାର ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି। ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।                                                                                                                                                                                                                                                                                                                                                                                                                       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.