ଦିନ ଦ୍ଵିପ୍ରହରରେ କଲେଜ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ

Published By : Prameya-News7 Bureau | September 25, 2018 IST

କଟକ ୨୫/୯ : ଦିନ ଦ୍ଵିପ୍ରହରରେ କଲେଜ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି ଦୁର୍ବୁର୍ତ୍ତ | କଟକ ଜିଲ୍ଲା ଓଡସପୁର ଉଦୟନାଥ ମହାବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଫେରାର ହେଇଯାଇଛନ୍ତି ଦୁର୍ବୁତ୍ତ | ସ୍ଥାନୀୟ କଲେଜରୁ ଛାତ୍ରୀ ଜନକ ସାଇକେଲରେ ଫେରୁଥିବା ବେଳେ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୁର୍ତ୍ତ | ଦୁର୍ବୁର୍ତ୍ତ ଜନକ ବାଇକରେ ଆସି ଛାତ୍ରୀଙ୍କୁ ଟଣାଓଟରା କରିବା ସହ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲା | ଭୁଜାଲି ମାଡରେ ଛାତ୍ରୀଙ୍କ ପେଟ, ଗୋଡ, ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି | ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ ଓଡସପୁର ଡାକ୍ତରଖାନା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାଂତର କରାଯାଇଛି | ଘଟଣା ପରେ ଉତ୍ୟକ୍ତ ଲୋକେ ଫୁଲନଖରା ନିଆଳି ରାସ୍ତା ଅବରୋଧ କରିଛନ୍ତି | ତେବେ ଆକ୍ରମଣର କାରଣ ଏବେ ଯାଏଁ ଜଣାପଡିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.