କଲେଜ ଅଧ୍ୟାପକଙ୍କ ଆତ୍ମହତ୍ୟା : ମୃତଦେହ ନିକଟରୁ ମିଳିଲା ସୁଇସାଇଡ୍ ନୋଟ୍, ୮-୯ମାସ ହେଲା ମିଳିନଥିଲା ଦରମା

Published By : Prameya-News7 Bureau | February 12, 2020 IST

ଭୋପାଳ ୧୨।୨: ମଧ୍ୟପ୍ରଦେଶ ଭୋପାଳରେ ଜଣେ କଲେଜ ଅଧ୍ୟାପକ ଦରମା ନପାଇବା ଯୋଗୁଁ ଆତ୍ମହତ୍ୟା କରିଛନ୍ତି । ଦରମା ନମିଳିବା ଯୋଗୁଁ ତାଙ୍କର ଆର୍ଥିକ ଅବସ୍ଥା ଠିକ୍ ନଥିଲା । ତେଣୁ ସେ ମାନସିକ ଭାବେ ଭାରାକ୍ରାନ୍ତ ହୋଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସଞ୍ଜୟ କୁମାର ନାମକ ଜଣେ କଲେଜ ଅଧ୍ୟାପକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି । ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ପୋଲିସ ଜବତ କରିଛି । ୮-୯ ମାସ ହେବ ତାଙ୍କୁ ଦରମା ମିଳିନଥିଲା । ତେଣୁ ସେ ଆର୍ଥିକ ଭାବେ ଦୁର୍ବଳ ହୋଇପଡିଥିଲେ । ବକେୟା ଦରମା, ପିଏଫ୍ ଟଙ୍କା ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କୁ ଦେବା ପାଇଁ ସେ ସୁଇସାଇଡ୍ ନୋଟ୍ ରେ ଉଲ୍ଲେଖ କରିଛନ୍ତି ।  

ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ କହିଛନ୍ତି ଯେ, ତାଙ୍କ ସ୍ବାମୀ ୮-୯ମାସ ହେବ ଦରମା ପାଇନଥିଲେ ।  ଛୁଆଙ୍କ ପାଠପଢା ମଧ୍ୟ ଠିକ୍ ଭାବେ ହୋଇପାରୁନଥିଲା । ସେ ତାଙ୍କୁ ବହୁତ ବୁଝାଇଥିଲେ ଏଭଳି ପଦକ୍ଷେପ ନନେବା ପାଇଁ । ମାତ୍ର ସେ ବୁଝିନଥିଲେ । ସେ ଘରେ ନଥିବା ବେଳେ ତାଙ୍କ ସ୍ବାମୀ ଆତ୍ମହତ୍ୟା କରିଥିବା ସେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.