Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଛାତ୍ରୀଙ୍କୁ ଅସଦାଚରଣ: ଯୁବତୀଙ୍କ ହାତକୁ ଧରି ଅଟୋରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଲା ଅପରାଧି, ଭିଡିଓ ଭାଇରାଲ୍

15/10/2022 at 4:43 PM

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ଅସଦାଚରଣ। ଫିଲ୍ମ ଷ୍ଟାଇଲ୍‌ରେ ହାତକୁ ଧରି ଅଟୋରେ ଘୋଷାରିଲା ୫୦୦ ମିଟର। ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଥାନେ ଅଞ୍ଚଳରେ। ଘଟଣା ଅକ୍ଟୋବର ୧୪ ତାରିଖ ୬.୪୫ ସମୟରେ ଘଟିଛି।

୨୧ ବର୍ଷୀୟା ଯୁବତୀ ଜଣକ କଲେଜ୍ ଯାଉଥିବା ବେଳେ ଜଣେ ଅଟୋ ଡ୍ରାଇଭର ତାଙ୍କୁ କମେଣ୍ଟ ମାରିଥିଲେ। ଯୁବତୀ ଜଣଙ୍କ ଏନେଇ ତାଙ୍କୁ ପ୍ରଶ୍ନ କରିବାରୁ ସେ ହଠାତ୍ ଯୁବତୀଙ୍କ ହାତକୁ ଧରି ପକାଇ ଅଟୋ ଭିତରକୁ ଟାଣି ନେଇଥିଲେ। ତେବେ ଅଧା ଟଣା ଅବସ୍ଥାରେ ଅଟୋ ଡ୍ରାଇଭର ଅଟୋ ଷ୍ଟାଟ୍ କରିଦେଇଥିଲେ। ଫଳରେ ୫୦୦ ମିଟର ପର୍ଯ୍ୟନ୍ତ ଯୁବତୀ ଜଣଙ୍କ ଅଟୋରେ ଘୋଷାରି ହୋଇଯାଇଥିଲେ। ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି।

ଘଟଣା ସମ୍ପର୍କରେ ସୂଚନା ଦେଇ ବରିଷ୍ଠ ପୁଲିସ ଅଫିସର ଜୟରାମ ରାଣାୱାରେ କହିଛନ୍ତି ଯେ କମେଣ୍ଟମରାକୁ ନେଇ ଯୁବତୀ ପଚାରିବାରୁ ଅଟୋ ଡ୍ରାଇଭର ଏଭଳି କାଣ୍ଡ ଘଟାଇଛି। ସିସିଟିଭି କଏଦ୍ ହୋଇଥିବା ଭିଡିଓରେ ଦେଖାଯାଉଛି ଯେ ଯୁବତୀ ଜଣଙ୍କ ପ୍ରାୟ ୫୦୦ ମିଟର ଟାଣି ହୋଇଯିବା ପରେ ତଳେ ପଡ଼ିଯାଇଥିଲେ। ଏହାପରେ ଘଟଣା ସ୍ଥଳରେ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିଲା ।

ଏହି ଘଟଣାରେ ଆପିସି ଧାରା ୩୫୪ ସହ ଅନ୍ୟାନ୍ୟ ପ୍ରଯୁଜ୍ୟା ଧାରା ଲଗାଯାଇ ତଦନ୍ତ କରାଯାଉଛି। ଅଟୋ ଡ୍ରାଇଭର ଏବେ ବି ଫେରାର ଅଛି। ତାକୁ ଧରିବାକୁ ଏକ ଟିମ୍ ଗଠନ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।

   Related Posts