କଲେଜ ଯାଇ ଫେରି ନଥିବା ଯୁବତୀର ଶବ ତିନିଦିନ ପରେ ଚାଷଜମିରୁ ଉଦ୍ଧାର, ପ୍ରମାଣ ନଷ୍ଟ କରିବାକୁ ମୁହଁରେ ଏସିଡ଼ ଢ଼ାଳି କରିଥିଲେ ବିକୃତ

Published By : Prameya-News7 Bureau | February 24, 2019 IST

ଆଜମଗଡ଼ ୨୪/୨-କଲେଜ ଯାଇଥିଲା ଝିଅ । ସନ୍ଧ୍ୟାକୁ ଫେରି ନଥିଲା । ପରିବାରଲୋକ ଖୋଜାଖୋଜି କଲେ ଅନେକ । ସଂଧ୍ୟା ଯାଇ ରାତି ହେଲା ତଥାପି ଫେରିଲାନି । ପରିବାର ଲୋକ ବିଭିନ୍ନ ଆଶଙ୍କା ନେଇ ରାତି କାଟିଲେ । ତା ପରଦିନ ବି ଆସିଲାନି ଝିଅ । ତିନିଦିନ ପରେ ମହାରାଜଗଂଜ ଥାନା ଅଂଚଳ ଶିବପୁରାରେ ମିଳିଥିଲା ଶବ ।

ଶିବପୁରା ଅଂଚଳର ଏକ କ୍ଷେତରୁ ପୋଲିସ ଏହି ଶବ ଉଦ୍ଧାର କରିବା ପରେ ଥାନାକୁ ନେଇଯାଇଥିଲା । ସେହିଦିନ ମଧ୍ୟ  କିଛିଦୂରରେ ପଡ଼ିଥିବା ବ୍ୟାଗକୁ ଉଦ୍ଧାର କରିଥିଲା ପୋଲିସ । ସେହି ବ୍ୟାଗରୁ କିଛି କାଗଜପତ୍ରରୁ ପୋଲିସ ଜାଣିପାରିଥିଲା ଯୁବତୀଙ୍କ ପରିଚୟ ।

ଗହମକ୍ଷେତରୁ ଉଦ୍ଧାର ହୋଇଥିବା ଶବ କେଶବପୁର ଅଂଚଳର  । ଖବରନେବା ପରେ ପୋଲିସ ଜାଣିବାକୁ ପାଇଥିଲା ଯୁବତୀଙ୍କ ପରିଚୟ । ପରିବାରଲୋକଙ୍କୁ ଖବର ଦେବାପରେ ଚିହ୍ନଟ କରିଥିଲେ ଯୁବତୀଙ୍କ ଶବ ।

ପରିବାରଲୋକ କହିବା ଅନୁସାରେ ତିନିଦିନ ତଳେ ଘରୁ କଲେଜ ଯିବାକୁ କହି ଯାଇଥିଲା । ସଂଧ୍ୟା ସୁଦ୍ଧା ଯୁବତୀ ଫେରି ନ ଥିଲା । ଯୁବତୀଙ୍କ ବିବାହ ମେ ମାସରେ  ସ୍ଥିର ହୋଇଥିଲା । ବିବାହକୁ ବିରୋଧ କରି କେହି ପୂର୍ବପ୍ରେମିକ ଏଭଳି କାଣ୍ଡ ଘଟାଇଥିବା ପରିବାର ପକ୍ଷରୁ ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.